କରାଚି : ପାକିସ୍ତାନ ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଖାଦ୍ୟ ପାଇଁ ହିଂସା ଆରମ୍ଭ ହୋଇଯାଇଛି । ମାଗଣା ଅଟା ପାଇବା ପାଇଁ ପାକିସ୍ତାନର କରାଚିରେ ଦଳାଚକଟା ଯୋଗୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଖାଦ୍ୟ ପାଇଁ ପ୍ରଥମ ଥର ପାଇଁ ଏପରି ଅଘଟଣ ଘଟିଛି ପାକିସ୍ତାନରେ । ରମଜାନ ଉପଲକ୍ଷେ ଶୁକ୍ରବାର ରାତିରେ କରାଚି ସହରରେ ଏକ ଲୋକାଲ କମ୍ପାନୀ ପକ୍ଷରୁ ମାଗଣା ଅଟା ବଣ୍ଟନ ହେଉଥିଲା । ମାଗଣା ଅଟା ପାଇବା ପାଇଁ ବହୁ ସଂଖ୍ୟାରେ ଲୋକ ଜମା ହୋଇଯାଇଥିଲେ । ଫଳରେ ଅଟା ପାଇବା ପାଇଁ ସେମାନଙ୍କ ମଧ୍ୟରେ ଦଳାଚକଟା ଓ ସଂଘର୍ଷ ଆରମ୍ଭ ହୋଇଯାଇଥିଲା । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଥିବା ଜଣାଯାଇଛି । ଦଳାଚକଟାରେ ଅନେକ ଲୋକ ମଧ୍ୟ ଆହତ ହୋଇଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ଜଣ ଶିଶୁ ଅଛନ୍ତି । ଅନ୍ୟ ୫ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ପାକିସ୍ତାନରେ ସବୁ ଜିନିଷର ଦାମ ଏବେ ଆକାଶ ଛୁଆଁ ହୋଇଥିବା ବେଳେ ଅଟାର ଦାମ ଗତ ବର୍ଷ ତୁଳନାରେ ୪୫ % ବୃଦ୍ଧି ପାଇଛି ।
ମାଗଣା ଅଟା ପାଇବା ପାଇଁ କରାଚିରେ ଦଳାଚକଟା, ୧୧ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











