The Ultimate Managed Hosting Platform
ADVERTISEMENT

ମା’କୁ ମାରି ମୃତଦେହକୁ ସୁଟକେସରେ ଧରି ଥାନାରେ ପହଞ୍ଚିଲା ଝିଅ

Facebook
Twitter
LinkedIn

ନୂଆଦିଲ୍ଲୀ : ନୃସଂଶ ଝିଅ ମାରିଦେଲା ନିଜ ଜନ୍ମ କଲା ମାକୁ । ଭୁଲି ଗଲା ଯେ ଯାହା କୋଳରୁ ସେ ଜନ୍ମ ନେଇଥିଲା ତାକୁ ଆଜି ସେ ଜୀବନରୁ ମାରି ଦେଇକ୍ତି । ସବୁଦିନିଆ କଳିରେ ଅତିଷ୍ଠ ହୋଇ ନିଜ ମା’କୁ ମାରିଲା ଝିଅ । ମା’କୁ ହତ୍ୟା କରିବା ପରେ ସୁଟକେସରେ ଭର୍ତ୍ତି କରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଝିଅ । ଶେଷରେ ପୁଲିସ୍ ମୃତଦେହ ଜବତ କରିବା ସହିତ ଝିଅକୁ ଗିରଫ କରିଛି। ଏପରି ଏକ ଲୋମଟାଙ୍କୁରା ଘଟଣା ବେଙ୍ଗାଲୁରୁରେ ଘଟିଛି। ଖବର ମୁତାବକ, ବୋଙ୍ଗାଲୁରୁରେ ମାଇକୋ ଲେଆଉଟ୍ ଥାନା ଅଞ୍ଚଳରେ ସେନାଲୀ ସେନ୍ ନାମକ ୩୯ ବର୍ଷୀୟ ଯୁବତୀ ପୋଲିସ ଷ୍ଟେସନକୁ ହାତରେ ଏକ ନୀଳ ରଙ୍ଗର ସୁଟକେସ ଧରି ଆସିଥିଲେ । ପୋଲିସ ଅଧିକାରୀ କିଛି ପଚାରିବା ପୂର୍ବରୁ ଯୁବତୀ ଜଣକ ସବୁକିଛି କହିବା ଆରମ୍ଭ କରିଦେଇଥିଲେ । ଯୁବତୀଙ୍କ ଘର କୋଲକତାରେ ହୋଇଥିବା ବେଳେ ବିବାହ ପରେ ସ୍ବାମୀଙ୍କ ସହ ବେଙ୍ଗାଲୁରୁରେ ରହୁଥିଲେ। ତାଙ୍କ ନିକଟରେ ତାଙ୍କ ଶାଶୁ ଓ ମା’ ମଧ୍ୟ ରହୁଥିଲେ। ହେଲେ ବିଭିନ୍ନ କାରଣରୁ ତାଙ୍କର ନିଜ ମା’ଙ୍କ ସହ ସମ୍ପର୍କ ଭଲ ନ ଥିଲା। ଏପରିକି ଉଭୟ ମା’ ଝିଅଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ଲାଗୁଥିଲା । ଏଥିରେ ଅତିଷ୍ଠ ହୋଇ ଯୁବତୀ ଜଣକ ଘଟଣାଦିନ ନିଜ ବେଡରୁମରେ ୭୦ ବର୍ଷୀୟ ମା’କୁ ୯୦ଟି ନିଦ ବଟିକା ଦେଇଥିଲେ । ତେବେ ବୃଦ୍ଧା ଜଣକ ପେଟ ଯନ୍ତ୍ରଣା ହେବା କହିବାରୁ ଧାରୁଆ ଅସ୍ତ୍ରରେ ମା’ଙ୍କୁ ହତ୍ୟା କରିଥିଲେ ଯୁବତୀ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login