ଭୁବନେଶ୍ୱର : ହାର୍ଡକୋର ମାଓ ନେତ୍ରୀ ସୁଜାତାର ଆତ୍ମସମର୍ପଣ । ତେଲେଙ୍ଗାନା ପୋଲିସ ନିକଟରେ ସୁଜାତାର ଆତ୍ମସମର୍ପଣ । ମାଓ ନେତ୍ରୀ ସୁଜାତା ଉପରେ ଥିଲା ୧ କୋଟି ଟଙ୍କାର ପୁରସ୍କାର ରାଶି । ମାଓ ସଂଗଠନ ସେଣ୍ଟ୍ରାଲ କିମଟି ସଦସ୍ୟ ଥିଲେ ସୁଜାତା । ନିହତ ନକ୍ସଲ କମାଣ୍ଡର କିଶନଜୀର ପତ୍ନୀ ସୁଜାତା । ଛତିଶଗଡରେ ଶତାଧିକ ହିଂସାକାଣ୍ଡରେ ସୁଜାତା ସାମିଲ । କେନ୍ଦ୍ରୀୟ କମିଟି ସଦସ୍ୟା ଥିଲେ ସେ। ମାଓବାଦୀଙ୍କ ଦକ୍ଷିଣ ସବ-ଜୋନାଲ ବ୍ୟୁରୋ ସଦସ୍ୟା ମଧ୍ୟ। ବସ୍ତର ସମେତ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିଲେ। ସୁଜାତା ମାଓ ସଂଗଠନରେ ପଦ୍ମା କଳ୍ପନା, ଝାନ୍ସୀବାଇ ଆଦି ଭିନ୍ନ ଭିନ୍ନ ନାଁରେ ପରିଚିତ ଥିଲେ।
Views: 53