ଭବାନୀପାଟଣା : ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି । ଟଙ୍କା ଅସୁଲ ପାଇଁ ଠିକାଦାର ବାପାଙ୍କୁ ପୁଅର ଧମକପୂର୍ଣ୍ଣ ଚିଠି । ରୁପ୍ରାରୋଡର ଜଣେ ଠିକାଦାରଙ୍କ ଏକମାତ୍ର ପୁଅର ଅଭିନବ ତରିକା । ୩୫ ଲକ୍ଷ ଦିଅ ନଚେତ ପୂରା ପରିବାରକୁ ଜୀବନରେ ମାରିଦେବାକୁ ଧମକ । ନର୍ଲା ଥାନାରେ ଅଭିଯୋଗ ପରେ ପୁଅକୁ ଗିରଫ କଲା ପୋଲିସ । ସୂଚନା ଅନୁସାରେ ରପ୍ରା ରୋଡର ଜାଣେ ଠିକାଦାର ଦିନେଶ ଅଗ୍ରୱାଲଙ୍କ ପୁଅ ଅଙ୍କୁଶ ଅଗ୍ରୱାଲ ନିଜ ବାପାଙ୍କୁ ମାଓବାଦୀଙ୍କ ନାଁରେ ୩୫ ଲକ୍ଷ ଟଙ୍କା ବଟି ଦେବାକୁ ଚିଠି ଲେଖିଥିଲା । ଦିନେଶଙ୍କ କାର ଭିତରେ ସେ ଏହି ଧମକପୂର୍ଣ୍ଣ ଚିଠି ରଖିଥିଲା । ଟଙ୍କା ନଦେଲେ ପରିବାରର ସମସ୍ତଙ୍କୁ ହତ୍ୟା କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଥିଲା । ଏନେଇ ପରିବାର ଭୟଭୀତ ହେଇ ତୁରନ୍ତ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନର୍ଲା ଥାନା ପୋଲିସ ଘଟଣାର ତଦନ୍ତ କରିଥିଲା । ତଦନ୍ତରେ ଦିନେଶଙ୍କ ପୁଅ ଅଙ୍କୁଶ ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିବାରୁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Views: 30