ମାଲକାନଗିରି ; ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲା ଓ ନାରାୟଣପୁର ଜିଲ୍ଲାରେ ମାଓ ହମଲା । ଦାନ୍ତେୱାଡ଼ାରେ ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ଗୁରୁତର ହୋଇଛନ୍ତି । ମାଓ ଦମନ ଅପରେସନ୍ ରେ ଯିବା ବେଳେ ବିସ୍ଫୋରଣ ହୋଇଥିଲା । ସେପଟେ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କଙ୍କ ଆଇଇଡି ବିସ୍ପୋରଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆମଦଇ ମାଇନ୍ସରେ ମାଓବାଦୀମାନେ ଆଇଇଡି ବିସ୍ପୋରଣ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଆଇଇଡି ଖଞ୍ଜିଥିଲେ । ଏଥିରେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।
Views: 31