ଯାଜପୁର : ମାଆ ଆଗରେ ଆଖି ବୁଜିଲା ପୁଅ । ଯାଜପୁର ସଦର ଥାନା କୁଝାଲା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକ କଳସପୁର ଅଞ୍ଚଳର ଆଲୋକ ଦାସ । ଆଜି ସକାଳେ ମାଆ ଅନିତା ଦାସ ନାବାଳକ ପୁଅ ଆଲୋକଙ୍କ ସହ ଚାଲିଚାଲି ଯାଉଥିବାବେଳେ ପଛପଟୁ ଏକ ବୋଲେରୋ ଧକ୍କା ଦେଇଥିଲା । ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ପୁଅ ଆଲୋକକୁ ମୃତ ଘୋଷଣା କରିଥିଲେ ।
Views: 7