ଭୁବନେଶ୍ୱର : ମହେଶ୍ୱର ମହାନ୍ତି ଗୋଟେ ଏମିତି ଚେହେରା ଯାହା ଅଗଣିତ ଜନତାଙ୍କ ମନରେ ସବୁବେଳେ ରହିବେ । ନବେ ଦଶକରୁ ରାଜନୀତିରେ ଆସିବା ପରେ ପ୍ରତିନିଧିତ୍ୱ କରିବା ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା । ଆଜି ତାଙ୍କର ପରଲୋକ ହୋଇଛି । ମହେଶ୍ୱର ମହାନ୍ତି ଅମର ରହେ ନାରାରେ କମ୍ପୁି ଉଠିଛି ଶଙ୍ଖ ଭବନା ବିଜେଡି କାର୍ଯ୍ୟାଳୟରେ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଦଳୀୟ ନେତୃବୃନ୍ଦ । ଶଙ୍ଖ ଭବନରେ ଶେଷ ଦର୍ଶନ ପରେ ତାଙ୍କର ପାର୍ଥିବ ଶରୀରକୁ ବିଧାନସଭାକୁ ନିଆଯାଇଛି । ସେଠାରେ ତାଙ୍କର ଶେଷଦର୍ଶନ କରିଛନ୍ତି ବିଧାନସଭାର ସଦସ୍ୟ ଓ ସାଧାରଣ ଲୋକ । ବିଧାନସଭାରେ ମହେଶ୍ବର ମହାନ୍ତିଙ୍କୁ ଗାର୍ଡ ଅପ୍ ଅନର୍ ଦିଆଗଲା। ପରେ ତାଙ୍କ ପାର୍ଥିବ ଶରୀରକୁ ପୁରୀ ନିଆଯିବ । ସ୍ବର୍ଗଦ୍ବାରରେ ହେବ ଶେଷ କୃତ୍ୟ । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଭୋର ୩ଟା ୨୫ରେ ଶେଷ ନିଶ୍ବସ ତ୍ୟାଗ କରିଥିଲେ । । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା।
“ମହେଶ୍ୱର ମହାନ୍ତି ଅମର ରହେ” ନାରାରେ କମ୍ପୁଛି ଶଙ୍ଖ ଭବନ, ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଜଳିଗଲା ୩ ମହଲା ଘର
ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...
ବିହାର ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା
ବିହାର : ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ । ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟରେ ପ୍ରାର୍ଥୀ ଦେଲା ଜେଡିୟୁ ।...
ନାଣ୍ଡୁ ଅପରାଧି ଚରିତ୍ରର ବ୍ୟକ୍ତି ; ଭକ୍ତ ଦାସ
ଭୁବନେଶ୍ୱର : କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତିଙ୍କ ସ୍ପଷ୍ଟ ମତ । ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ...
ସ୍କୁଲ ବସ-ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ମୃତ
ଉମରକୋଟ : ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର...