ରାଇରଙ୍ଗପୁର : ମହୁମାଛି ଆକ୍ରମଣରେ ଚାଲିଗଲା କନିଷ୍ଠ ଯନ୍ତ୍ରୀଙ୍କ ଜୀବନ । ପ୍ରାଣ ହରାଇଲେ ତିରିଂ ବ୍ଲକର କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ମୁର୍ମୁ । ମହୁଲଡ଼ିହସ୍ଥିତ କ୍ୱାର୍ଟର୍ସରେ ବିଶ୍ୱନାଥଙ୍କୁ ମହୁମାଛିମାନେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ବିଶ୍ୱନାଥଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସୂଚନାଯୋଗ୍ୟ ଯେ ବାରିପଦା ପୌର ପରିଷଦର ତୁଳସୀ ଚଉରାର ଶ୍ୟାସୁନ୍ଦର ମୁର୍ମୂଙ୍କ ପୁଅ ତିରିଂ ବ୍ଳକ ସେକ୍ସନର କାର୍ୟ୍ୟରତ କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁ ଆଜି ସକାଳ ୯ ଟାରେ ରାଇରଙ୍ଗପୁରସ୍ଥ ନିଜ ସରକାରୀ ବାସଭବନରୁ ତିରିଂ ଅଭିମୁଖେ ନିଜ କାର୍ୟ୍ୟସ୍ଥଳକୁ ଯିବାକୁ ବାହାରୁଥିବା ସମୟରେ ହଠାତ୍ ଘର ସମ୍ମୁଖରେ ଥିବା ଏକ ବିଶାଳକାୟ କୃଷ୍ଣଚୂଡା ଗଛରେ ବହୁ ସଂଖ୍ୟାରେ ବସା ବାନ୍ଧିଥିବା ବାଘୁଆ ମହୁମାଛିମାନେ ତାଙ୍କୁ ହଠାତ୍ ଆକ୍ରମଣ କରିଥିଲେ। ଏହାପରେ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ତାଙ୍କୁ ଅଣା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଜଣେ କର୍ମଠ, ଦାୟିତ୍ଵ ସଂପନ୍ନ ବ୍ୟକ୍ତି, ଅମାୟିକ, ସରଳ,ମିଷ୍ଟଭାଷୀ ବ୍ୟକ୍ତି ଥିଲେ।
ମହୁମାଛି ଆକ୍ରମଣରେ ଚାଲିଗଲା କନିଷ୍ଠ ଯନ୍ତ୍ରୀଙ୍କ ଜୀବନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...