The Ultimate Managed Hosting Platform
ADVERTISEMENT

ମହିଳା ଲୁଟେରା ପ୍ରେମରେ ପଡିଲେ ଯୁବକ , ସବୁ ଲୁଟିନେଲା ପ୍ରେମିକା

Facebook
Twitter
LinkedIn

ରାଜସ୍ଥାନ : ବିଶ୍ବାସରେ ବିଷ ମିଶାଇଲା ପ୍ରେମିକା । ଯୁବକଙ୍କୁ ଫସାଇବା ପାଇଁ ପୂର୍ବରୁ ପ୍ଲାନ୍ କରିଥିଲା ପ୍ରେମିକା । ମିଠା ମିଠା କଥା କହି ପ୍ରଥମେ ଯୁବକଙ୍କ ବିଶ୍ବାସ ଜିତିଲା । ଆଉ ଯେତେବେଳେ ଟଙ୍କା ଓ ସୁନା ମିଳିଲା ସେତେବେଳେ ଫେରାର ହୋଇଗଲା । ଏଭଳି ଚାଞ୍ଚଲ୍ୟକଣ ଘଟଣା ଉତ୍ତର ପ୍ରଦେଶର ସୋନଭଦ୍ରରୁ ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଜଣେ ମହିଳା ନିଜ ସ୍ୱାମୀ ଓ ମା ସହ ମିଶି ରାଜସ୍ଥାନର ଜଣେ ଯୁବକଙ୍କୁ ଫସାଇଥିଲେ । ଯୁବକଙ୍କ ଠାରୁ ୧.୫ ଲକ୍ଷ ଟଙ୍କା ଏବଂ ସୁନାଗହଣା ଠକି ନେଇ ଫେରାର ହୋଇଥିଲେ ୩ ଲୁଟେରା । ପୋଲିସ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।ରିପୋର୍ଟ ଅନୁଯାୟୀ ରାଜସ୍ଥାନର ଜାଲୋର ଜିଲ୍ଲାର ବାସିନ୍ଦା ରମେଶ କୁମାର ଠକାମୀର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ରମେଶ କୁମାର କିଛି ଦିନ ପୂର୍ବରୁ ରାଣୀ କୁମାରୀ ନାମକ ଜଣେ ମହିଳାଙ୍କୁ ଭେଟିଥିଲେ । ରାଣୀ କୁମାରୀ ପ୍ରେମରେ ପଡ଼ିଯାଇଥିଲେ ରମେଶ । ରମେଶଙ୍କୁ ବିବାହ କରିବା ନେଇ ପ୍ରସ୍ତାବ ଦେଇଥିଲେ ରାଣୀ । ଆଉ ସୁନ୍ଦରୀ ରାଣୀଙ୍କୁ ବିବାହ କରିବେ ଭାବି ରମେଶ ବହୁତ ଖୁସି ହୋଇ ଯାଇଥିଲେ। ରମେଶ ରାଣୀଙ୍କୁ ଏତେ ମାତ୍ରାରେ ବିଶ୍ବାସ କରିବାକୁ ଲାଗିଥିଲେ ଯେ ବିବାହ ପାଇଁ ନଗଦ ଟଙ୍କା ଏବଂ ସୁନାଗହଣା ଦେଇଥିଲେ ନିଜ ପ୍ରେମିକାକୁ ।ବିବାହ ପୂର୍ବରୁ ହିଁ ରାଣୀ କୁମାରୀ ନିଜ ୨୬ ବର୍ଷୀୟ ସ୍ୱାମୀ ରବି ରଞ୍ଜନ ମୌର୍ୟ୍ୟ ଏବଂ ନିଜ ୫୦ ବର୍ଷୀୟ ମା’ ମାୟା ଦେବୀଙ୍କ ସହିତ ଫେରାର ହୋଇ ଯାଇଥିଲା । ରମେଶ କୁମାର ମହିଳା ଓ ତାଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ପୋଲିସରେ ଅଭିଯୋଗ କରିଥିଲେ ରମେଶ । ମାମଲାକୁ ଗୁରୁତ୍ବର ସହ ନେଇ ପୋଲିସ ଅଧିକ୍ଷକ ଅଭିଷେକ ବର୍ମା ଏକ ଟିମ୍ ଗଠନ କରିଥିଲେ । ତଦନ୍ତ ପରେ ପୋଲିସ ସୋନଭଦ୍ରର ରବର୍ଟସଗଞ୍ଜ ଅଞ୍ଚଳରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login