ଜଳେଶ୍ୱର : ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ଆକ୍ରମଣ ଅଭିଯୋଗ । ତାଳସାରୀ ସାମୁଦ୍ରିକ ଥାନାର ମହିଳା ଆଇଆଇସିଙ୍କୁ ସ୍ଥାନୀୟ ଲୋକଙ୍କ ମାଡ । ଭୋଗରାଇ ବ୍ଲକ ଉଦୟପୁରରେ ଚାପା ଉତ୍ତେଜନା । ୨୦ରୁ ଅଧିକ ଅଟକ । ଜୁଆ ଖେଳ ବନ୍ଦ କରିବାକୁ କହିବାରୁ ଆକ୍ରମଣ କରିଥିଲେ ଲୋକେ । ଏକ ଦୋକାନ ଘରେ ବନ୍ଦ କରି ଆଇଆଇସିଙ୍କୁ ନିର୍ଯ୍ୟାତନା ସହ ଡ୍ରାଇଭରଙ୍କୁ ମାଡ ।
ସୂଚନା ଅନୁସାରେ, ଭୋଗରାଇର ଉଦୟପୁର ଗାଁ ମଧ୍ୟ ଦେଇ ପାଟ୍ରୋଲିଂ କରୁଥିଲେ ଥାନା ଅଧିକାରୀ। ଉଦୟପୁର ଗାଁର ଜଣେ ବ୍ୟକ୍ତିଙ୍କ ଦୋକାନ ବନ୍ଦ କରିବାକୁ କହିବାରୁ ଅଚାନକ କିଛି ବ୍ୟକ୍ତି ତାଙ୍କୁ ଜବରଦସ୍ତ ଦୋକାନ ଘରେ ପୂରାଇ ଦେଇଥିଲେ । ଥାନାର ଗାଡି ଚାଳକ ଏହାକୁ ବିରୋଧ କରିବାରୁ ତାଙ୍କୁ ମାରି ଲହୁ ଲୁହାଣ କରିଥିଲେ ଜୁଆଡ୍ଡି। ଏପରିକି ଗାଡିରେ ଥିବା ପୋଲିସ କର୍ମଚାରୀଙ୍କୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଭୋଗରାଇ ପୋଲିସ ଓ ଚନ୍ଦନେଶ୍ବର ଫାଣ୍ଡି ପୋଲିସ ପହଞ୍ଚି ଥାନା ଅଧିକାରିଣୀଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି। ଘଟଣାରେ ୧୧ ଜଣଙ୍କୁ ଉଠାଇ ନେଇଛି ପୋଲିସ।
ମହିଳା ଥାନା ଅଧିକାରୀଙ୍କୁ ମାଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











