ବାଙ୍କୀ : ପୁଣି ଖଣ୍ଡା ଧରି ଆତଙ୍କ ଖେଳାଇଲେ ଅବସରପ୍ରାପ୍ତ ଯବାନ । ଧରିବାକୁ ଯାଇଥିବା ପୋଲିସ ସମର୍ଥକଙ୍କ ସହ ମିଶି ଆକ୍ରମଣ । ସିମିଳିପୁର ସ୍କୁଲ ପଡିଆରେ ମହିଳା ଏସଆଇଙ୍କୁ ଆକ୍ରମଣ । ଆକ୍ରମଣରେ ମହିଳା ଏସଆଇ ଗୁରୁତର , ମେଡିକାଲରେ ଭର୍ତ୍ତି । ଯବାନଙ୍କୁ ଧରି ନ ପାରି ଫେରି ଆସିଲା ପୋଲିସ ଟିମ୍ । ଶୁକ୍ରବାର ମଧ୍ୟ ଯବାନ ବାଙ୍କୀ ଟାଉନରେ ଆତଙ୍କ ଖେଳାଇଥିଲେ । ସୂଚନା ଅନୁସାରେ, ତିନି ଦିନ ତଳେ ବାଙ୍କୀ ବଜାର ଉପରେ ଏହି ଯୁବକ ମାରଣାସ୍ତ୍ର ଧରି ଲୋକମାନଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଉଥିବାର ଦେଖିବାକୁ ମିଳିଥିଲା । ଖବର ପାଇ ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସକୁ ମଧ୍ୟ ଆକ୍ରମଣ କରିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକ ଭୟଭୀତ ହୋଇପଡ଼ିଥିଲେ । ତେବେ ଆତଙ୍କ ସୃଷ୍ଟି କରିଥିବା ଯୁବକ ଜଣକ ହେଲେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ।
Views: 92