ନୂଆଦିଲ୍ଲୀ : ଆସନ୍ତା ୨୦୨୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି(ଆପ୍)ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି।କେଜ୍ରିୱାଲ ଗୁରୁବାର (ଡିସେମ୍ବର ୧୨) ରେ ‘ମହିଳା ସମ୍ମାନ ନିଧି ଯୋଜନା’ ଘୋଷଣା କରିଛନ୍ତି। ଏହି ଯୋଜନାକୁ ଗୁରୁବାର ପୂର୍ବାହ୍ନରେ ଦିଲ୍ଲୀ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଏହି ଯୋଜନାରେ ସରକାର ପ୍ରତି ମାସରେ ଏକ ହଜାର ଟଙ୍କା ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ। କେବଳ ଏତିକି ନୁହେଁ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ, ନିର୍ବାଚନ ପରେ ମହିଳାମାନଙ୍କୁ ୧୦୦୦ ଟଙ୍କା ବଦଳରେ ୨୧୦୦ ଟଙ୍କା ଦିଆଯିବ। ଶୁକ୍ରବାର (୧୩ ଡିସେମ୍ବର)ରୁ ମହିଳାମାନେ ଏହି ଯୋଜନା ପାଇଁ ପଞ୍ଜିକରଣ କରିପାରିବେ।ଦିଲ୍ଲୀରେ ପ୍ରାୟ ୬୭ ଲକ୍ଷ ମହିଳା ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୩୮ ଲକ୍ଷ ମହିଳା ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ଏହି ସମସ୍ତ ମହିଳାଙ୍କୁ ମହିଳା ସମ୍ମାନ ନିଧି ପ୍ରଦାନ କରିବା ଦ୍ବାରା ଅର୍ଥ ବିଭାଗ ଉପରେ ୪୦୦୦ କୋଟିରୁ ଅଧିକ ଟଙ୍କାର ବୋଝ ପଡ଼ିବ।
ମହିଳାଙ୍କୁ କେଜ୍ରିୱାଲଙ୍କ ଉପହାର, ମାସକୁ ଦେବେ ୧ ହଜାର

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...