The Ultimate Managed Hosting Platform
ADVERTISEMENT

ମହାଶିବରାତ୍ରୀରେ ଚଳଚଞ୍ଚଳ ବାବା କପିଳାଶଙ୍କ ପୀଠ :ଆସିପାରିବେନି ଜିଲ୍ଲା ବାହାର ଶ୍ରଦ୍ଧାଳୁ, ଭୋର ୪ଟା ୨୦ରେ ଉଠିବ ମହାଦୀପ

Facebook
Twitter
LinkedIn

ଢେଙ୍କାନାଳ : ଆଜି ପବିତ୍ର ମହାଶିବରାତ୍ରୀ। ପବିତ୍ର ଜାଗର ଉପଲକ୍ଷେ ବାବା କପିଳାଶଙ୍କ ପୀଠ ଚଳଚଞ୍ଚଳ । ବାବାଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ପୀଠରେ ଭିଡ଼ ଜମିଛି। ନୀତିକାନ୍ତି ଅନୁସାରେ ବାବାଙ୍କ ପୂଜାର୍ଚ୍ଚନା ଚାଲିଛି। ତେବେ ଭୋର ୪ଟା ୨୦ରେ ଉଠିବ ମହାଦୀପ । କରୋନା କଟକଣା କାରଣରୁ ଜିଲ୍ଲା ବାହାର ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବାରଣ କରାଯାଇଛି। ୬୦ରୁ ଉର୍ଦ୍ଧ୍ଵ ବୟସ୍କ ଓ ୧୦ରୁ କମ୍ ବୟସ୍କ ଶିଶୁଙ୍କୁ କପିଳାଶ ମନା କରାଯାଇଛି। ଏହା ସହ ବାବାଙ୍କ ଦର୍ଶନ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି। ପ୍ରଭୁ ଚନ୍ଦ୍ରଶେଖରଙ୍କ ଏହି ପୀଠ ଜାଗର ଯାତ୍ରାରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଫଳରେ କୋଭିଡ ସଂକ୍ରମଣ ଆଶଙ୍କାରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ମଧ୍ୟ କଟକଣା ଜାରି କରାଯାଇଛି ।


ତେବେ ପରମ୍ପରା ମୁତାବକ କପିଳାଶ ପୀଠର ଅଧିଷ୍ଠାତା ପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କର ନୀତିକାନ୍ତି ଭୋର ସମୟରୁ ଆରମ୍ଭ ହୋଇଛି। ଚାରି ପ୍ରହର ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ହେବ ବୋଲି ମୁଖ୍ୟ ସେବାୟତଙ୍କ ପକ୍ଷରୁ ସୂଚନା ମିଳିଛି ।ଶ୍ରଦ୍ଧାଳୁ ଓ ମାନସିକଧାରୀ ମାନେ ନିଜର ମାନସିକ ପୂରଣ ପାଇଁ ଦୀପ ଜାଳି ପ୍ରଭୁ ଚନ୍ଦ୍ରଶେଖରଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି। ଶ୍ରଦ୍ଧାଳୁ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ମହାଦୀପ ଭୋର ୩ଟା ୫୫ମିନିଟରେ ବେଢ଼ା ପରିକ୍ରମା କରାଯାଇ ୪ଟା ୨୦ରେ ମନ୍ଦିର ଚୁଡାକୁ ଉଠିବ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି । ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ରାସ୍ତା ଘାଟ, ପାନୀୟ ଜଳ ଓ ଆଲୋକୀକରଣ କରାଯିବା ସହ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ମୃତୟନ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login