ମୁମ୍ବାଇ : ଆଜି ମହାରାଷ୍ଟ୍ର ଫଳାଫଳର ଗଣତି ଚାଲିଛି . ବିଜେପି ମେଣ୍ଟ ମହାୟୁତି କୁ ବହୁମତ ମିଳିବା ଏକ ପ୍ରକାର ସ୍ପଷ୍ଟ ହୋଇଗଲାଣି । ବିରୋଧୀ ଶିବସେନା ଉଦ୍ଧ ଠାକରେଙ୍କ ଗୋଷ୍ଠୀ ନେତା ସଞ୍ଜୟ ରାୱତ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ଏହା ମହାରାଷ୍ଟ୍ର ଲୋକଙ୍କର ମତ ନୁହେଁ । ଆମେ ମହାରାଷ୍ଟ୍ର ଲୋକଙ୍କୁ ଜାଣିଛୁ । ଏହା କେମିତି ସମ୍ଭବ ଯେ ସିନେ୍ଦଙ୍କ ସମସ୍ତ ପ୍ରାର୍ଥୀ ଜିତି ଯାଉଛନ୍ତି । ଏହି ନିଷ୍ପତିକୁ ନା ଆମେ ମାନିବୁ ନା ଜନତା ଗ୍ରହଣ କରିବେ । ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଆମର ୪-୫ ସିଟ ସେମାନେ ହାତେଇଥିଲେ । ବିଜେପି ଏଭଳି ରଣନୀତି କରୁଛି ଯେଭଳି ମହାରାଷ୍ଟ୍ର ବିଧାନସଭାରେ କେହି ବିରୋଧୀ ନ ରୁହନ୍ତୁ ।
Views: 34