The Ultimate Managed Hosting Platform
ADVERTISEMENT

ମହାରାଷ୍ଟ୍ରରେ ଭୂସ୍ଖଳନ , ଦବିଗଲା ଗାଁ ; ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ଜଣ ସୁରକ୍ଷିତ ଉଦ୍ଧାର

Facebook
Twitter
LinkedIn

ମୁମ୍ବାଇ : ମହାରାଷ୍ଟ୍ର ରାୟଗଡ ଜିଲ୍ଲାରେ ବଡ ଧରଣର ଭୂସ୍ଖଳନ । ପ୍ରବଳ ବର୍ଷା ପରେ ଭୂସ୍ଖଳନ ହେବାରୁ ଦବିଗଲା ପୂରା ଗାଁ । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ସୁରକ୍ଷିତ ଉଦ୍ଧାର । ୧୦୦ରୁ ଅଧିକ ଅତଡା ତଳେ ଚାପି ହୋଇରହିଥିବା ଆଶଙ୍କା । ଏ ପର୍ଯ୍ୟନ୍ତ ୧୫ ଜଣଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇଛି ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି । ପାହାଡିଆ ଅଞ୍ଚଳ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଦେଖାଦେଇଛି ।


ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ସ୍ଥିତିର ଅନୁଧ୍ୟାନ କରିବା ପାଇଁ ରାୟଗଡରେ ପହଞ୍ଚିଛନ୍ତି। ସିଏମ୍ ସିନ୍ଦେ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତିର ନଜର ରଖିଛନ୍ତି। ଜନସାଧାରଣଙ୍କ ନିକଟରେ ପହଂଚି ସାହାଯ୍ୟ କରିବାକୁ ଆମେ ସମସ୍ତ ପ୍ରକାର ପ୍ରୟାସ କରିବାକୁ ଚେଷ୍ଟା କରୁଛୁ ବୋଲି କହିଛନ୍ତି । ଏହି ସମୟରେ ଲୋକମାନେ ସୋସିଆଲ ମିଡିଆରେ ସିନ୍ଦେଙ୍କ ଉଦ୍ୟମକୁ ପ୍ରଶଂସା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।
ବୁଧବାର ମହାରାଷ୍ଟ୍ରର ରାୟଗଡରେ ଏତେ ବର୍ଷା ହୋଇଥିଲା ଯେ ରାସ୍ତାରେ ପାଣି ଚାଲୁଥିଲା। ପାତାଲଗଙ୍ଗା ନଦୀ ନିକଟରେ ଥିବା ଆପଟା ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତାରେ ଚାରି ଫୁଟରୁ ଅଧିକ ପାଣି ଜମା ହୋଇ ରହିଛି। ରାସ୍ତା, ଘାଟ, ଘର, ବିଦ୍ୟାଳୟ ଚାରିଆଡେ ଖାଲି ପାଣି ଆଉ ପାଣି । ଅଣ୍ଟାଏ ଲେଖାଏଁ ପାଣି ରାସ୍ତାରେ ଜମା ହୋଇଛି । ଏହି କାରଣରୁ ଗାଁର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କୁହାଯାଉଛି କି ବନ୍ୟା ଜଳର ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ଗ୍ରାମବାସୀଙ୍କ ଅସୁବିଧା ହ୍ରାସ ପାଇନାହିଁ ବରଂ ବଢିବାକୁ ଯାଉଛି। ଦ୍ୱିତୀୟ ସମସ୍ୟା ହେଉଛି ପାଣିପାଗ ବିଭାଗ ରାୟଗଡ ପାଇଁ ରେଡ୍ ଆଲର୍ଟ ଜାରି କରିଛି ଏବଂ ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login