ପୁରୀ : ଆଜିଠୁ ୩ ଦିନ ଧରି ରାଜ୍ୟରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ । ୧୮ ତମ ପ୍ରବାସୀ ଭାରତୀୟ ସମ୍ମେଳନ ପାଇଁ ଉତ୍ସବ ମୁଖର ରାଜଧାନୀ । ସମ୍ମିଳନୀରେ ଯୋଗଦେବାକୁ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ପ୍ରବାସୀ ଭାରତୀୟ । ସପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର ଏବଂ ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି । ଅନେକ ପ୍ରବାସୀ ଭାରତୀୟ ପ୍ରଥମ ଥର ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ବେଶ ଆନନ୍ଦ ଲାଭ କରିଛନ୍ତି । ପ୍ରବାସୀ ଭାରତୀୟ ଦିବସ ଓଡିଶାରେ ଆୟୋଜିତ ହୋଇଥିବା ଯୋଗୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରବାସୀ ଭାରତୀୟ । ଓଡିଶାକୁ ଆସି ଓଡିଶା ପରମ୍ପରା ଏବଂ ଓଡିଶାର କଳାକୃତିକୁ ପ୍ରଶଂସା କରିଛନ୍ତି । ଶ୍ରୀମନ୍ଦିର ଆସିଥିବା ପ୍ରବାସୀ ଭାରତୀୟଙ୍କୁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଉଛି । ଅନ୍ୟପଟେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ବେଳାଭୂମି ମହୋତ୍ସବରେ ମତୁଆଲା ହୋଇଛନ୍ତି ପୁରୀ ବାସିନ୍ଦାଙ୍କ ସହ ପର୍ୟ୍ୟଟକ। ପ୍ରବାସୀ ଭାରତୀୟଙ୍କୁ ମନୋରଞ୍ଜନର ସମ୍ପୂର୍ଣ୍ଣ ଖୋରାକ ଯୋଗାଇ ଦେବା ସହ ଓଡ଼ିଶାର ସଂସ୍କୃତି,ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ସୁଖଦ ଅନୁଭୂତି ଦେବା ପାଇଁ ଏହି ମହୋତ୍ସବ ଆରମ୍ଭ ହୋଇଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାକୁ ଉଦଘାଟନ କରିଥିଲେ।
ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ପ୍ରବାସୀ ଭାରତୀୟଙ୍କ ଭିଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











