The Ultimate Managed Hosting Platform
ADVERTISEMENT

ମହାପ୍ରଭୁଙ୍କୁ ଦାନ କଲେ ୧ କିଲୋ ୬୧୯ ଗ୍ରାମର ରୂପା ଶଙ୍ଖ

Facebook
Twitter
LinkedIn

ପୁରୀ : ମହାପ୍ରଭୁଙ୍କୁ ରୂପା ଶଙ୍ଖ ଦାନ କଲେ ଭକ୍ତ । ୧ କିଲୋ ୬୧୯ ଗ୍ରାମର ରୂପା ଶଙ୍ଖ ଦାନ କଲେ । ସମ୍ବଲପୁର ନନ୍ଦପଡାର ମୃତ୍ୟୁଞ୍ଜୟ ସାହୁଙ୍କ ପରିବାର ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ଏହି ଶଙ୍ଖ ପ୍ରଦାନ କରାଯାଇଛି । ମହାପ୍ରଭୁ ସୁବର୍ଣ୍ଣ ବେଶରେ ପରିଧାନ କରୁଥିବା ରୁପା ଶଙ୍ଖ ପରି ଅବିକଳ ଓଜନ ଓ ମାପର ଏହି ଶଙ୍ଖ ପ୍ରସ୍ତୁତ କରାଯାଇଛି । ଦଇତାପତି ସେବୟତଙ୍କ ସହାୟତାରେ ଶ୍ରୀମନ୍ଦିର ପ୍ରଶାସନକୁ ଏହା ପ୍ରଦାନ କରାଯାଇଛି । ସମ୍ବଲପୁରର ଜଣେ ଭକ୍ତ ନଳିନୀ ପ୍ରଭା ଦାସ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଏହି ରୁପା ଶଙ୍ଖ ଦାନ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login