ପାରାଦୀପ : ମହାନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା । ଅଳ୍ପକେ ବର୍ତ୍ତିଗଲେ ୫୦ରୁ ଅଧିକ ଯାତ୍ରୀ । ସମସ୍କ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ପାରାଦୀପ ମୂଷାଡିଆ ଗାଟର ଅଳ୍ପ ଦୂରରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଡଙ୍ଗା । ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ାର ବାହାକୁଦ ଘାଟ ନିକଟରୁ ଡଙ୍ଗାଟି ବାହାରିଥିଲା । ବର୍ଷା, ପବନ ପାଇଁ ୫୦ରୁ ଅଧିକ ଲୋକ ଡଙ୍ଗାରେ ଚଢ଼ିଥିଲେ। ସେହି ଡଙ୍ଗାରେ ବାଇକ୍ ମଧ୍ୟ ରହିଥିଲା । ତେବେ ଡଙ୍ଗାରେ ଯାତ୍ରୀଙ୍କ ସଂଖ୍ୟା ଅଧିକ ହୋଇ ଯାଇଥିଲା । ଡଙ୍ଗା ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ତେବେ କୂଳ ପାଖାପାଖି ଥିବାରୁ ବିଶେଷ କ୍ଷୟକ୍ଷତି ହୋଇ ନ ଥିଲା । ସ୍ଥାନୀୟ ଲୋକ ଓ ଦୋକାନୀ ମିଶି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଡଙ୍ଗାରେ ଛୋଟ ପିଲା, ମହିଳାମାନେ ମଧ୍ୟ ଥିଲେ ।
Views: 24