କଟକ : ଯୋବ୍ରା ବ୍ୟାରେଜରୁ ଡେଇଁପଡିଥିବା ମହିଳା ଉଦ୍ଧାର । ଉପସ୍ଥିତ ଜଣେ ବ୍ୟକ୍ତିଙ୍କ ସାହସିକ ଉଦ୍ୟମ ଯୋଗୁଁ ମହିଳା ସୁରକ୍ଷିତ । ମହିଳା ନଦୀକୁ ଡେଇଁବା ପରେ ବ୍ୟକ୍ତି ଜଣଙ୍କ ନଦୀକୁ ଡେଇଁ ଧରିଲେ । ଉଦ୍ଧାର କରିବା ପରେ ବ୍ୟକ୍ତି ଜଣଙ୍କ ଆଉ ଉପରକୁ ଆସି ପାରୁ ନାହାନ୍ତି। ଘଟଣା ସ୍ଥଳରେ ଦମକଳ ବାହିନର ପହଞ୍ଚିଛି । ଖବର ଅନୁଯାୟୀ, ଆଜି ଅପରାହ୍ନ ସମୟରେ କଟକ ଯୋବ୍ରା ବ୍ୟାରେଜ୍ ନିକଟରେ ଜଣେ ଯୁବତୀ ବ୍ୟାରେଜ୍ ନିକଟକୁ ଆସି ଆତ୍ମହତ୍ୟା କରିବାକୁ ନଦୀକୁ ଡେଇଁପଡିଥିଲେ । ତାଙ୍କୁ ଉଦ୍ଧାର କରାଯାଇଛି। କାହିଁକି ଡେଇଁଲେ ତାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଯୁବତୀଙ୍କର ପରିଚୟ ମିଳିପାରିନାହିଁ ।
Views: 90