The Ultimate Managed Hosting Platform
ADVERTISEMENT

ମହାକୁମ୍ଭ ପାଇଁ ଚାଲିବ ୮ଟି ବସ, ମହିଳାଙ୍କ ପାଇଁ ୫୦ ପ୍ରତିଶତ ଡିସକାଉଣ୍ଟ

Facebook
Twitter
LinkedIn

ଭୁବନେଶ୍ୱର : ମହାକୁମ୍ଭ ପାଇଁ ଓଡିଶାରୁ ଚାଲିବ ୮ଟି ବସ । ଏ ନେଇ ସୂଚନା ଦେିଛନ୍ତି ଓଏସଆରଟିସି ଅତିରିକ୍ତ ସଚିବ ଲକ୍ଷମୀକାନ୍ତ ସେଠୀ । ତେବେ ୧୨ ତାରିଖରେ ପ୍ରଥମ ପର୍ୟ୍ୟାୟରେ ବସ୍ ବାହାରିବ । ୮ଟି ବସ୍ ଅଯୋଧ୍ୟା ଅଭିମୁଖେ ବାହାରିବ । ତେବେ ଯଦି ଆବଶ୍ୟକ ହୁଏ ତାହେଲେ ଅଧିକ ବସ୍ ଚଲେଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଅତିରିକ୍ତ ସଚିବ । ମହିଳାଙ୍କ ପାଇଁ ୫୦ ପ୍ରତିଶତ ଡିସକାଉଣ୍ଟ ରହିଛି । ତେବେ ସେମାନଙ୍କର ରହିବା ଠାରୁ ନେଇ ଖାଇବା ପର୍ୟ୍ୟନ୍ତ ସମସ୍ତ ପ୍ରକାର ବ୍ୟବସ୍ଥା କରିବ ଓଏସଆରଟିସି । ସେହିପରି ଖାଲି ମହାକୁମ୍ଭ ନୁହେଁ , ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡିବ ବସ୍ । ଓଡିଶାରୁ ବିଭିନ୍ନ ତୀର୍ଥ ସ୍ଥାନକୁ ବସ୍ ଗଡିବା ନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ମହାକୁମ୍ଭ ପାଇଁ ଏବେ ଓଡିଶାର ୪ଟି ସ୍ଥାନରୁ ବସ୍ ଗଡିବ । ସେସବୁ ସ୍ଥାନ ଗୁଡିକ ହେଉଛି ଭୁବନେଶ୍ଵର, ବ୍ରହ୍ମପୁର, ଭବାନୀପାଟଣା ଏବଂ ସମ୍ବଲପୁର । ଏହାବାଦ୍ ଅନ୍ୟ ତୀର୍ଥ ସ୍ଥାନକୁ ବି ବସ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login