ପ୍ରୟାଗରାଜ : ମହାକୁମ୍ଭରୁ ଫେରିବା ବେଳେ ଘଟିଲା ଦୁର୍ଘଟଣା । ରାସ୍ତାରେ ଠିଆ ହୋଇଥିବା ଟ୍ରକ ସହ ଧକ୍କା ହୋଇଥିଲା ଶ୍ରଦ୍ଧାଳୁଙ୍କ ବସ । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସ ରେ ସିମଲିୟା ଅଞ୍ଚଳର କରାଡିଆ ନିକଟରେ ଘଟିଛି ଦୁର୍ଘଟଣା ଖବର ମୁତାବକ, ଶ୍ରଦ୍ଧାଳୁ ଭର୍ତ୍ତିଥିବା ବସ୍ ମହାକୁମ୍ଭରୁ ଫେରୁଥିବା ବେଳେ ସକାଳ ୬ଟା ସମୟରେ ଠିଆ ହୋଇଥିବା ବସ୍ ସହିତ ଧକ୍କା ହୋଇଥିଲା । ବସରେ ୫୬ ଜଣ ଯାତ୍ରୀ ରହିଥିଲେ । ବସରେ ମଧ୍ୟପ୍ରଦେଶ ମନ୍ଦସୋରର ଯାତ୍ରୀ ରହିଥିଲେ । ବସ୍ ଧକ୍କା ହେବା ଫଳରେ ୩ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ସମସ୍ତେ ମହାକୁମ୍ଭରେ ସ୍ନାନ କରି ମନ୍ଦସୋରକୁ ଫେରୁଥିଲେ । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିଚୟ ମିଳିଛି । ଆହତମାନଙ୍କୁ ଚିକିତ୍ସା କରାଯାଉଛି ।
Views: 30