ମଧ୍ୟପ୍ରଦେଶ : ଭଗବାନ ଶିବଙ୍କ ଆଶୀର୍ବାଦ ନେବାକୁ ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଲେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ । ଯାହାର ଏକ ଭିଡିଓ ଏବେ ଜୋରସୋରରେ ଭାଇରଲ ହେବାରେ ଲାଗିଛି । ଭାଇରଲ ହେଉଥିବା ଭିଡିଓରେ ଅଭିନେତା ସଞ୍ଜୟ ଦତ୍ତ ଅନ୍ୟ ଭକ୍ତମାନଙ୍କ ପୂଜାରେ ବସିଥିବା ଦେଖିବାକୁ ମିଳିଛି । ଏହି ସମୟରେ ସଞ୍ଜୟ ଦତ୍ତ ଏକ ସାଧାରଣ ଟ୍ରାଡିସନାଲ୍ ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି । ଯାହାପରେ ଅଭିନେତା ମହାକାଳେଶ୍ୱର ମନ୍ଦିରରେ ମହାଦେବଙ୍କ ଭସ୍ମ ଆରତୀରେ ମଧ୍ୟ ସାମିଲ ଥିଲେ । କଠିନ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେ ସକାଳୁ ସକାଳୁ ମନ୍ଦିରକୁ ଆସିଥିଲେ । ସଞ୍ଜୟ ଦତ୍ତ ମନ୍ଦିର ପରିଦର୍ଶନ କରି ଭଗବାନ ଶିବଙ୍କ ପାଦ ତଳେ ପ୍ରଣାମ କରି ତାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ସେହିଭଳି ମହାକାଳେଶ୍ୱର ମନ୍ଦିରରେ ଭସ୍ମ ଆରତୀ ସବୁଠାରୁ ପବିତ୍ର ପୂଜା ଏବଂ ଅନ୍ୟତମ । ଯାହା ପବିତ୍ର ବ୍ରହ୍ମ ମୁହୂର୍ତ୍ତରେରେ କରାଯାଏ । ମନ୍ଦିର ପରମ୍ପରା ଅନୁସାରେ, ଏହି ପୂଜା ଭୋରରୁ ବାବା ମହାକାଳଙ୍କ ଦ୍ୱାର ଖୋଲିବା ସହିତ ଆରମ୍ଭ ହୁଏ ।
Views: 65