କଟକ : ମହାଅଷ୍ଟମୀରେ ନିଆରା ଢଙ୍ଗରେ ପୂଜା ପାଉଛନ୍ତି ହରପାର୍ବତୀ । କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ଚଳିତ ବର୍ଷ ଅଷ୍ଟମ ବାର୍ଷିକ ଦୂର୍ଗାପୂଜାକୁ ନିଆରା ଢଙ୍ଗରେ ପାଳନ କରୁଛି । ଆଜି ସକାଳେ ଶତାଧିକ ମହିଳା ନିକଟସ୍ଥ କୁଆଖାଇ ନଦୀକୁ ଯାଇ ପୂଜା ପାଠ କରିସାରିବା ପରେ କଳସ ବୁଡାଇ ଦୀର୍ଘ ତିନି କିଲୋ ମିଟର ପାଦରେ ଚାଲି ଚାଲି ଆସି ଡାହାଳିଆବାଗ ଗ୍ରାମର ଗୋପାଳଜୀୟୁଙ୍କ ପାଖରେ ପହଞ୍ଚିଥିଲେ । ସେଠାରୁ ହରପାର୍ବତୀ ପୂଜା ମଣ୍ଡପରେ ପହଞ୍ଚି କଳସ ସ୍ଥାପନ କରିଥିଲେ । ଆଜି ଠାରୁ ପୂଜା ଆରମ୍ଭ ହୋଇ ଗୁରୁବାର ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ । ଦଶମୀ ଦିନ ସନ୍ଧ୍ୟାରେ ବିଭିନ୍ନ ପୂଜା କମିଟିର ସଭାପତି, ସଂପାଦକ, ମେୟର, ବିଧାୟକ, ଡିସିପି ,ଏସିପି, ଆଇଆଇସି, ସାମ୍ବାଦିକ, ବିଭିନ୍ନ ଗ୍ରାମର ମୁରବୀ, ସାମାଜିକ କର୍ମୀ, ପୂଜା କମିଟିର କର୍ମକର୍ତ୍ତା, ସଦସ୍ୟ , ମହିଳା ଆଦି ତିନିଶହ ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବ । ବୁଧବାର ଦିନ ସନ୍ଧ୍ୟାରେ ମେଲାଡି ଲରିବେଷ କରାଯିବାର କାର୍ୟ୍ୟକ୍ରମ ରହିଛି ବୋଲି ପୂଜା କମିଟି ର ସଂପାଦକ ତଥା ପୂର୍ବତନ କର୍ପୋରେଟର କୌଶଳ ଜେନା ସୂଚନା ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ପୂଜା କମିଟିର ସଭାପତି ବଦ୍ରିନାରାୟଣ ମହାପାତ୍ର, ପ୍ରହଲ୍ଲାଦ କର, ରବିନ୍ଦ୍ର ଖିଲାର, ଦିନକୃଷ୍ଣ ମହାନ୍ତି, ସୁଶାନ୍ତ କୁମାର ମହାନ୍ତି, ରଘୁ ପ୍ରସାଦ ସତପଥୀ, କଟକ ନଗର ବିଜୁ ମହିଳା ଦଳର ସଂପାଦିକା ଶିବାନୀ ଜେନା ,ପୁନମ ମହାନ୍ତି, ସୁଲୋଚନା ମହାନ୍ତି, ପୁଷ୍ପଲତା ଜେନା, ସାରଥୀ ରାଉତ,ସୁମନ୍ତ ରାଉତ, ନିରଞ୍ଜନ ନାୟକ, ପ୍ରଦ୍ୟୁମ୍ନ ମିଶ୍ର,ସୁଶାନ୍ତ ଜେନା ବେବିନା ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ । ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା ।
ମହାଅଷ୍ଟମୀରେ ଡାହାଳିଆବାଗରେ ପୂଜା ପାଉଛନ୍ତି ହରପାର୍ବତୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











