କଟକ : ମହାଅଷ୍ଟମୀରେ ନିଆରା ଢଙ୍ଗରେ ପୂଜା ପାଉଛନ୍ତି ହରପାର୍ବତୀ । କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ଚଳିତ ବର୍ଷ ଅଷ୍ଟମ ବାର୍ଷିକ ଦୂର୍ଗାପୂଜାକୁ ନିଆରା ଢଙ୍ଗରେ ପାଳନ କରୁଛି । ଆଜି ସକାଳେ ଶତାଧିକ ମହିଳା ନିକଟସ୍ଥ କୁଆଖାଇ ନଦୀକୁ ଯାଇ ପୂଜା ପାଠ କରିସାରିବା ପରେ କଳସ ବୁଡାଇ ଦୀର୍ଘ ତିନି କିଲୋ ମିଟର ପାଦରେ ଚାଲି ଚାଲି ଆସି ଡାହାଳିଆବାଗ ଗ୍ରାମର ଗୋପାଳଜୀୟୁଙ୍କ ପାଖରେ ପହଞ୍ଚିଥିଲେ । ସେଠାରୁ ହରପାର୍ବତୀ ପୂଜା ମଣ୍ଡପରେ ପହଞ୍ଚି କଳସ ସ୍ଥାପନ କରିଥିଲେ । ଆଜି ଠାରୁ ପୂଜା ଆରମ୍ଭ ହୋଇ ଗୁରୁବାର ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ । ଦଶମୀ ଦିନ ସନ୍ଧ୍ୟାରେ ବିଭିନ୍ନ ପୂଜା କମିଟିର ସଭାପତି, ସଂପାଦକ, ମେୟର, ବିଧାୟକ, ଡିସିପି ,ଏସିପି, ଆଇଆଇସି, ସାମ୍ବାଦିକ, ବିଭିନ୍ନ ଗ୍ରାମର ମୁରବୀ, ସାମାଜିକ କର୍ମୀ, ପୂଜା କମିଟିର କର୍ମକର୍ତ୍ତା, ସଦସ୍ୟ , ମହିଳା ଆଦି ତିନିଶହ ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବ । ବୁଧବାର ଦିନ ସନ୍ଧ୍ୟାରେ ମେଲାଡି ଲରିବେଷ କରାଯିବାର କାର୍ୟ୍ୟକ୍ରମ ରହିଛି ବୋଲି ପୂଜା କମିଟି ର ସଂପାଦକ ତଥା ପୂର୍ବତନ କର୍ପୋରେଟର କୌଶଳ ଜେନା ସୂଚନା ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ପୂଜା କମିଟିର ସଭାପତି ବଦ୍ରିନାରାୟଣ ମହାପାତ୍ର, ପ୍ରହଲ୍ଲାଦ କର, ରବିନ୍ଦ୍ର ଖିଲାର, ଦିନକୃଷ୍ଣ ମହାନ୍ତି, ସୁଶାନ୍ତ କୁମାର ମହାନ୍ତି, ରଘୁ ପ୍ରସାଦ ସତପଥୀ, କଟକ ନଗର ବିଜୁ ମହିଳା ଦଳର ସଂପାଦିକା ଶିବାନୀ ଜେନା ,ପୁନମ ମହାନ୍ତି, ସୁଲୋଚନା ମହାନ୍ତି, ପୁଷ୍ପଲତା ଜେନା, ସାରଥୀ ରାଉତ,ସୁମନ୍ତ ରାଉତ, ନିରଞ୍ଜନ ନାୟକ, ପ୍ରଦ୍ୟୁମ୍ନ ମିଶ୍ର,ସୁଶାନ୍ତ ଜେନା ବେବିନା ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ । ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା ।
ମହାଅଷ୍ଟମୀରେ ଡାହାଳିଆବାଗରେ ପୂଜା ପାଉଛନ୍ତି ହରପାର୍ବତୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...