The Ultimate Managed Hosting Platform
ADVERTISEMENT

ମହଙ୍ଗା ମାଡ଼ ଜାରି

Facebook
Twitter
LinkedIn

ରାତି ପାହିଲା ମାତ୍ରେ ମହଙ୍ଗା ହେଉଛି ପେଟ୍ରୋଲ ଓ ଡିଜେଲ ଦର। ୧୪ ଦିନ ମଧ୍ୟରେ ଆଜି ୧୨ଥର ପାଇଁ ବଢ଼ିଛି ତୈଳଦର। ସୋମବାର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୪୦ ପଇସା ବୃଦ୍ଧି ପାଇଛି। ଏହାକୁ ମିଶାଇ ୨ ସପ୍ତାହ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ପ୍ରାୟ ୮.୪୦ ଟଙ୍କା ବଢ଼ିଲାଣି। ବର୍ଦ୍ଧିତ ଦର ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୩. ୮୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୫.୦୭ ଟଙ୍କାରେ ବିକ୍ରି ହେଉଛି। ରବିବାର ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୩.୪୧ ଟଙ୍କା ଓ ଡିଜେଲ ୯୪.୬୭ ଟଙ୍କା ରହିଥିଲା। ମୁମ୍ବାଇରେ ସୋମବାର ପେଟ୍ରୋଲ ଲିଟର ପିଛା ୪୨ ପଇସା ବଢ଼ିଛି। ‍ଫଳରେ ଏଠାରେ ପେଟ୍ରୋଲ ଲିଟର ୧୧୮.୮୩ ଟଙ୍କାରେ ପହଞ୍ଚିଛି।

ସେହିପରି ଡିଜେଲ ଲିଟର ପିଛା ୪୩ ପଇସା ବଢ଼ିବାରୁ ଏହାର ଦାମ ୧୦୩.୦୭ ଟଙ୍କା ଛୁଇଁଛି। ଚେନ୍ନାଇରେ ପେଟ୍ରୋଲର ଲିଟର ପିଛା ଦାମ ୧୦୯.୩୪ ଟଙ୍କା ଓ ଡିଜେଲ ୯୯.୪୨ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ ୪୨ ପଇସା ଓ ଡିଜେଲ ୪୦ ପଇସା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ପରେ କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୩.୪୫ ଟଙ୍କା ଓ ଡିଜେଲ ୯୩.୨୩ ଟଙ୍କା ହୋଇଛି।

ଗୁଡ ରିଟର୍ନସର ରିପୋର୍ଟ ଅନୁଯାୟୀ, ଆଜି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ୨ ପଇସା ଲେଖାଏ ବଢ଼ିଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧୦.୭୮ ଟଙ୍କା ଓ ଡିଜେଲ ଲିଟର ପିଛା ୧୦୦.୫୩ ଟଙ୍କାରେ ବିକ୍ରି ହେଉଛି।

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୪ ତାରିଖ ଠାରୁ ଦେଶରେ ତୈଳଦର ଅପରିବର୍ତ୍ତିତ ରହିଥିଲା। ତେବେ ମାର୍ଚ୍ଚ ୨୨ରୁ ପୁଣି ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିବାରେ ଲାଗିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login