The Ultimate Managed Hosting Platform
ADVERTISEMENT

ମହଙ୍ଗା ମାଡ଼ ଓ ବେରୋଜଗାର ଚର୍ଚ୍ଚାକୁ ଯୋରଦାର କରିବାପାଇଁ ରାଜ୍ୟ କଂଗ୍ରେସର ପ୍ରସ୍ତୁତି ବୈଠକ I

Facebook
Twitter
LinkedIn

ଭୁବନେଶ୍ୱର ,୧୪I୮: ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମର ଅହେତୁକ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ଅର୍ଥନୀତିକୁ ଭୁଲ ବାଟରେ ପରିଚାଳନା କରିବା ଯୋଗୁଁ ଆଜି ସାରା ଭାରତ ବର୍ଷରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ଏହି କିଛି ଦିନ ତଳେ କେନ୍ଦ୍ର ସରକାର ଜିଏସଟି କାଉଂନସିଲ ବୈଠକରେ ଗୁଡ଼, ଚୁଡ଼ା, ମୂଢ଼ି, ଦହି, ଖଇ, ଉଖୁଡ଼ା, ଅଟା, ପେନସିଲ କଟର, ନୋଟ ଖାତା ଇତ୍ୟାଦି ଉପରେ ୫% ଜିଏସଟି ଲାଗୁ କରିଛନ୍ତି । ମୁଦ୍ରାସ୍ପିତି ଆଜି ସର୍ବୋଚ୍ଚ ସ୍ତରରେ । ବେକାରୀ ସମସ୍ୟାକୁ ସମାଧାନ କରିବାପାଇଁ କେନ୍ଦ୍ରର ବିଜେପି ସରକାର ସାମାନ୍ୟତମ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଦେଶ ୭୫ତମ ବର୍ଷ ସ୍ୱାଧୀନତାର ପୂର୍ତି ପାଳନ କରୁଥିବା ବେଳେ ଭାରତ ବର୍ଷର ଭବିଷ୍ୟତ ୧୪ କୋଟି ଶିକ୍ଷିତ ଯୁବକ ଯୁବତୀ ଆଜି ଦିଗଭ୍ରଷ୍ଟ ହୋଇ ଯାଇଛନ୍ତି । ଶ୍ରମିକ,କୃଷକ, ସାଧାରଣ ବର୍ଗ, ମହିଳା ଓ ସ୍ୱଳ୍ପ ରୋଜଗାର କରୁଥିବା କର୍ମଚାରୀ ଆଜି ସମସ୍ତେ କେନ୍ଦ୍ର ସରକାରଙ୍କର ଜନମାରଣ ନୀତିରେ ହନ୍ତସନ୍ତ ହେଉଛନ୍ତି । ଏହାକୁ ବିରୋଧ କରି ଏବଂ ଜନଯାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଆହ୍ୱାନରେ ସାରା ଭାରତ ବର୍ଷରେ ଆସନ୍ତା ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ମହଙ୍ଗାଇ ପର ଚର୍ଚ୍ଚା ଏବଂ ମହଙ୍ଗାଇ ପର ହାଲ୍ଲା ବୋଲ- ଚଲୋ ଦିଲ୍ଲୀ କାର୍ଯ୍ୟକ୍ରମ ରୂପରେଖର ନିଷ୍ପତି ନିଆଯାଇଛି ।

ଏହି ଅବସରରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀଯୁକ୍ତ ପଟ୍ଟନାୟକ ଉପସ୍ଥିତ ଥିବା ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, କର୍ମୀ ମାନଙ୍କୁ ଆସନ୍ତା କାର୍ଯ୍ୟକ୍ରମକୁ ରାଜ୍ୟରେ କିପରି ସଫଳ କରାଯାଇ ପାରିବ ସେଥି ନେଇ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ ।

ଆଜିର ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ସାଂସଦ ତଥା ଏଆଇସିସି ସଂପାଦକ ସପ୍ତଗିରୀ ଉଲ୍ଲାକା, ପୂର୍ବତନ ମନ୍ତ୍ରୀ ତଥା ଏଆଇସିସି ସଂପାଦକ ଶରତ ରାଉତ, ପୂର୍ବତନ ବିରୋଧି ଦଳ ନେତା ରମାକାନ୍ତ ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜି, ଡ.ଯୁଧିଷ୍ଠୀର ଜେନା, ଡ.ରବି ସେଠୀ, ବିଜୟ ଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ସମୀର ରାଉତରାୟ, ଡ. ଲଲାଟେନ୍ଦୁ ମହାପାତ୍ର, କୁମାର ଚିରଞ୍ଜିବ, ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, କିଶୋର ଜେନା, ରଜନୀ ମହାନ୍ତି, ଲୋକନାଥ ମହାରଥି, ଜ୍ଞାନ ପଟ୍ଟନାୟକ, ନିରଞ୍ଜନ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ ଶପଥ ନ୍ୟୁଜ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଏମକେସିଜିରେ ଗୋଟିଏ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା : ରିପୋର୍ଟ ମାଗିଲେ ଆରଡିସି

ଏମକେସିଜିରେ ଗୋଟିଏ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା : ରିପୋର୍ଟ ମାଗିଲେ ଆରଡିସି

ଭୁବନେଶ୍ୱର : ଏମକେସିଜିରେ ଗୋଟିଏ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା । ଏମକେସିଜି ଅଧକ୍ଷଙ୍କୁ ରିପୋର୍ଟ ମାଗିଲେ ଦକ୍ଷିଣାଞ୍ଚଳ ଆରଡିସି । ସୋସିଆଲ ମିଡିଆର ଏକ...

ADVERTISEMENT

Login