The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ମସଜିଦରେ ଅନ୍ତିମ ସଂସ୍କାରର ନମାଜ ପାଠ ଚାଲିଥିବା ବେଳେ ଘଟିଲା ବିସ୍ଫୋରଣ, ୧୧ ମୃତ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନୀ ପ୍ରାଦେଶିକ ଡେପୁଟି ଗଭର୍ଣ୍ଣରଙ୍କ ଅନ୍ତିମ ସଂସ୍କାରର ନମାଜ ପାଠ ବେଳେ ଏକ ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଗତ ସପ୍ତାହରେ ଏକ ଆକ୍ରମଣରେ ଡେପୁଟି ଗଭର୍ଣ୍ଣରଙ୍କ ମୃତ୍ୟୁ ହୋଇଥିଲା। ତାଲିବାନ ସରକାରଙ୍କ ଗୃହ ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନର ଉତ୍ତରାଞ୍ଚଳ ବଦଖଶାନ ପ୍ରଦେଶରେ ଥିବା ଏକ ମସଜିଦ ଭିତରେ ଏହି ବିସ୍ଫୋରଣ ଘଟିଛି। ଏହି ଆକ୍ରମଣରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଅଞ୍ଚଳ ଚୀନ୍ ଏବଂ ତାଜିକିସ୍ତାନର ସୀମା ନିକଟରେ ରହିଛି। ବିସ୍ଫୋରଣରେ ଉତ୍ତର ବାଲଗାନ ପ୍ରଦେଶର ପୂର୍ବତନ ପୋଲିସ କମାଣ୍ଡର ସଫିଉଲ୍ଲାହ ସମିମ୍ଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ପୋଲିସ ମୁଖ୍ୟ ନଜିବୁଲ୍ଲାହ ବଦଖସୀ କହିଛନ୍ତି। ସୂଚନାଥାଉ କି, ଇସଲାମିକ୍ ଷ୍ଟେଟ୍ର ଆତଙ୍କବାଦୀମାନେ ମଙ୍ଗଳବାର ଏକ କାର୍ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲେ। ଏହି ବିସ୍ଫୋରଣରେ ବଦଖଶାନର ଡେପୁଟି ଗଭର୍ଣ୍ଣରଙ୍କ ମୃତ୍ୟୁ ହୋଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ

ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...

ADVERTISEMENT
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...

Login