The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ମଶା ତେଲ ନକଲି ନେଇ ପରୋକ୍ଷରେ ମାନିଲେ ମେୟର । କୁଆଡ଼େ ଗଲା ମଶାମରା ଡ୍ରୋନ୍, ଖୋଜୁଛନ୍ତି ଲୋକେ ।

Facebook
Twitter
LinkedIn

ବିଦେଶୀ ଖାଇବେ ଦେଶୀ ମଶାଙ୍କ ଚୋଟ । ଭୁବନେଶ୍ୱରରୁ ନେବେ ମଶା କାମୁଡା ଅନୁଭୂତି । ହକି ମହାକୁମ୍ଭକୁ ଆଉ ଦିନକେଇଟା ବାକିଥିଲା ବେଳେ ବିଦେଶରୁ ରାଜଧାନୀ ଭୁବନେଶ୍ୱର ଅଆସୁଛନ୍ତି ବହୁ ପର୍ଯ୍ୟଟକ ତଥା ହକି ପ୍ରେମୀ । ହେଲେ ଆମ ରାଜଧାନୀରେ ଏବେ ମଶାଙ୍କ ପ୍ରାଦୃଭାବ ଯେମିତିି ବଢ଼ିଛି ତାକୁ ନିୟନ୍ତ୍ରଣ କରିବାରେ ଆଣ୍ଠେଇ ପଡ଼ିଲାଣି ବିଏମସି । ବାହାରୁ ସିନା ଖାଲି କାନ୍ଥ ବାଡ଼ରେ ରଙ୍ଗବୋଳି ସୌନ୍ଦର୍ଯ୍ୟ କରୁଛି ବୋଲି ଢୋଲ ପିଟୁଛି ହେଲେ ସେପଟେ ଲୋକଙ୍କୁ ମଶା କାମୁଡି ଦେହମୁଣ୍ଡ ଫଳେଇ ସାରିଲେଣି ।

ଏଣେ ମଶା ନିୟନ୍ତ୍ରଣ କରିବାକୁ ବିଏମସି ଯେ ବିଫଳ ହୋଇଛି ଏକଥା କାହାକୁ ଅଛପା ନାହିଁ । ମଶାମରା ଅଭିଯାନରେ ବିଫଳ କଥାକୁ ନିଜେ ସ୍ୱୀକାର କରିଛନ୍ତି  ମେୟର ଏବଂ ସିଟି ହେଲ୍ଥ ଅଫିସର । ଖାଲି ସେତିକି ନୁହେଁ, ମଶା ମାରିବା ପାଇଁ ବ୍ୟବହୃତ ତେଲ ମଧ୍ୟ ନକଲି ବୋଲି ମାନିଛନ୍ତି ମେୟର ।

ବିଏମସିର ୧୪ ନମ୍ବର ୱାର୍ଡ ଅଧିନରେ ଥିବା ନିଳାଦ୍ରୀବିହାର ଅଞ୍ଚଳରେ ନାଳ ନର୍ଦ୍ଦମା ଅବସ୍ଥା ଏମିତି ହୋଇଛି ଯେ, ସତେ କି ଏଇଠି ମଶା ମାଛି ହକି ଖେଳୁଛନ୍ତି । ଗତ ୧୮ ତାରିଖରେ ପ୍ରଥମେ ରାଜଧାନୀରେ ସେଠାରେ ହିଁ ଉଦଘାଟନ ହୋଇଥିଲା ଡ୍ରୋନ୍ ଯୋଗେ ମଶାମରା ଅଭିଯାନ । ଖୋଦ୍ ବିଏମସି କମିଶମନର ଉଡେଇଥିଲେ ଡ୍ରୋନ୍ । ଡ୍ରୋନ୍ କୁଆଡ଼େ ଗଲା ତାହା ତ ଜଣା ନାହିଁ, ମଶା ମାଛି କିନ୍ତୁ ବେଶ୍ ଭଲରେ ଆଡ୍ଡା ଜମାଇଛନ୍ତି । ଲୋକଙ୍କୁ ମଶା କାମୁଡୁଛନ୍ତି । ମଶାରି ନ ଟାଙ୍ଗିଲେ ଶୋଇବା ଅସମ୍ଭବ ହୋଇପଡ଼ୁଛି । ହେଲେ ଆମ ବିଏମସିକୁ ମଶା ଦିଶୁନି କି ଡ୍ରୋନ୍ ଖୋଜି ଖୋଜି ପାଉନି । ମଶା ଧୂଆଁ ଏଠି ଧୂଆଁବାଣ, ଡ୍ରୋନ୍ ସତେ କି ଦିନରେ ଲଣ୍ଠନ ।

ଯେଉଁ ସରକାର ଲୋକଙ୍କୁ ମଶା ଦାଉରୁ ରକ୍ଷା କରିବାରେ ବିଫଳ, ସେ ସରକାର ଠାରୁ ଜନସାଧାରଣ ଆଉ ଅଧିକ କଣ ଆଶା କରିବେ । ତେବେ ଖାଲି ଦେଖିବାକୁ ବାକି ରହିଲା, ହକିକୁ ଆଖି ଆଗରେ ରଖି ତରବରିଆ କାମଚଲାଇଥିବା ବିଏମସି ନେଇ ଆଣି ଥୋଇଜାଣିବା ବେପାରରେ କେତେ ଆଗକୁ ବଢ଼ୁଛି ?

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login