The Ultimate Managed Hosting Platform
ADVERTISEMENT

ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଟ୍ରକ ତଳେ ପଶିଗଲା କାର , ୬ ଜଣଙ୍କ ମୃତ୍ୟୁ

Facebook
Twitter
LinkedIn

ୟୁପି : ବାଟରେ ଜଗି ବସିଥିଲା ଯମ । ହରିଦ୍ୱାର ଯିବା ବେଳେ ଘଟିଲା ଦୁର୍ଘଟଣା । ୟୁପି ମୁଜଫରନଗରରେ ସକାଳୁ ସକାଳୁ ହୋଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣ ଯୁବକଙ୍କ ଜୀବନ ଚାଲିଯାଇଛି । ହାଇେଓ୍ଵରେ କାର ଅନିୟନ୍ତ୍ରିତ ହୋଇ ଟ୍ରକ ତଳେ ପସିଯିବାରୁ ଏଭଳି ଦୁର୍ଘଟଣା ଘଟିଛି । ଏମାନେ ସମସ୍ତେ ଦିଲ୍ଲୀରୁ ହରିଦ୍ୱାର ଯାଉଥିଲେ ।
ଖବର ମୁତାବକ, ୬ ଜଣ ଯୁବକ ଦିଲ୍ଲୀରୁ ହରିଦ୍ୱାର ଯାଉଥିଲେ । ଏହି ସମୟରେ ହାଇେଓ୍ଵ ୫୮ରେ ଛପାର ଥାନା ନିକଟରେ ହଠାତ୍ କାରଟି ଅନିୟନ୍ତ୍ରିତ ହୋଇ ଟ୍ରକ ତଳି ପସିଯାଇଥିଲା । ଫଳରେ ଏଥିରେ ଥିବା ୬ ଜଣଙ୍କର ମୃତ୍ୟୁ ଘଟିଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର ଭିତରୁ ମୃତଦେହକୁ ବାହାର କରିଥିଲେ ।ପୋଲିସ କହିବା ମୁତାବକ, କାର ଟ୍ରକକୁ ପଛପଟକୁ ଧକ୍କା ଦେଇ ତଳେ ପସିଯାଇଥିଲା । କାରର ଗତି ଅଧିକ ଥିବା ଯୋଗୁଁ ଅନିୟନ୍ତ୍ରିତ ହୋଇ ଟ୍ରକ ତଳକୁ ପସିଯାଇଥିଲା । ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ପୋଲିସ ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login