The Ultimate Managed Hosting Platform
ADVERTISEMENT

ମନ୍ତ୍ରୀ ପ୍ରତାପ ଜେନା କହିଲେ, ନବୀନଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟରେ ଆରମ୍ଭ ହୋଇଛି ସୁବର୍ଣ୍ଣ ଯୁଗ

Facebook
Twitter
LinkedIn

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ସୁବଣ୍ଣ ଯୁଗ ଆରମ୍ଭ ହୋଇଥିବା ସେ କହିଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି । ନିତି ଆୟୋଗ କ’ଣ କହୁଛନ୍ତି ସେ ଜାଣି ନଥିବା କହିବା ସହ ଆମ ରାଜ୍ୟ ଆଗରେ ଅଛି ବୋଲି ଦମ୍ଭୋକ୍ତି କରିଛନ୍ତି ।

 ରାଜ୍ୟରେ ସ୍ମାର୍ଟ ହେଲଥ କାର୍ଡ଼ ଠାରୁ ଆରମ୍ଭ କରି ମାଗଣା କୋଭିଡ଼ ଚିକିତ୍ସା ଯୋଗାଇ ଦିଆଯାଇଛି । ବିଜେଡ଼ି ସରକାରରେ ଓଡ଼ିଶା ବହୁତ ବିକାଶ କରିଛି ବୋଲି କହିଛନ୍ତି ପ୍ରତାପ ଜେନା । ଅନ୍ୟପଟେ ପିସିସି ସଭାପତି କହିଛନ୍ତି ଅଧାରୁ ଅଧିକ କ୍ଷେତ୍ରରେ ଓଡ଼ିଶା ତଳେ । କିନ୍ତୁ ନିଜେ ଫାର୍ଷ୍ଟ ବୋଲି କେବଳ ସାର୍ଟିଫିକେଟ୍ ନେଇଆସୁଛନ୍ତି ସରକାର । ଲୋକ ହସ୍ପିଟାଲରେ ବେଡ଼ ପାଉନାହାନ୍ତି । ଯୋଜନା କୌଣସି କାମରେ ଲାଗୁନିି ବୋଲି କହିଛନ୍ତି ନିରଂଜନ ପଟ୍ଟନାୟକ । ସର୍ବଭାରତୀୟ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଖରାପ ବୋଲି ପିସିସି ସଭାପତି ସମାଲୋଚନା କରିଛନ୍ତି ।

କେଉଁ କ୍ଷେତ୍ରରେ କେଉଁ ରାଜ୍ୟର ପ୍ରଦର୍ଶନ କିଭଳି ରହିଛି, କମିଛି ନା ଅପରିବର୍ତ୍ତିତ ରହିଛି ଅଥବା ତାଲିକାରେ ଉନ୍ନତି କରିଛନ୍ତି, ସେ ସଂକ୍ରାନ୍ତରେ ବିଶଦ ଭାବେ ବର୍ଣ୍ଣନା କରିଛନ୍ତି । ‘ସୁସ୍ଥ ରାଜ୍ୟ ଓ ପ୍ରଗତିଶୀଳ ଭାରତ’ ଚତୁର୍ଥ ସଂସ୍କରଣ (୨୦୧୯-୨୦)ର ଏହି ରିପୋର୍ଟରେ ଓଡିଶା ସ୍ବାସ୍ଥ୍ୟ ସୂଚକାଙ୍କ ସାମଗ୍ରିକ ଓ ପୂର୍ବ ତୁଳନାରେ ଚଳିତଥର ପ୍ରର୍ଦଶନରେ ଚତୁର୍ଦ୍ଦଶ ସ୍ଥାନରେ ରହିଥିବା ଉଲ୍ଲେଖ କରାଯାଇଛି । ତୃତୀୟ ସଂସ୍କରଣରେ ସ୍ବାସ୍ଥ୍ୟ ସୂଚକାଙ୍କ ସାମଗ୍ରିକ ପ୍ରର୍ଦଶନରେ ଓଡ଼ିଶା ୧୫ତମ ସ୍ଥାନରେ ଥିଲା ଏବଂ ଦ୍ବିତୀୟ ବର୍ଷ ତୁଳନାରେ ତୃତୀୟ ବର୍ଷର ପ୍ରର୍ଦଶନରେ ଓଡିଶାର ସ୍ଥାନ ୪ରେ ରହିଥିଲା ।

୧୪ଟି ବଡ଼ ରାଜ୍ୟର ସକାରାତ୍ମକ ଇନକ୍ରିମେଣ୍ଟାଲ ପ୍ରର୍ଦଶନ ତାଲିକାରେ ଓଡିଶା ସାମିଲ ଅଛି। ଏଥିସହିତ ସାମଗ୍ରିକ ପ୍ରର୍ଦଶନରେ ଓଡିଶା କମ ଉନ୍ନତ ପ୍ରର୍ଦଶନ କରିଥିବା ୫ ରାଜ୍ୟ ସହିତ ବଡ଼ ରାଜ୍ୟର ଆକାଂକ୍ଷୀ ବର୍ଗରେ ସାମିଲ ଅଛି। ଓଡିଶାର ସ୍କୋରିଂ ୪୪.୩୧ ରହିଛି। ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ବିଭାଗ ଓ ରାଜ୍ୟ ପ୍ରଶାସନ ମିଳିତ ଭାବେ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି, ହେଲେ ରାଜ୍ୟ ପରିପେକ୍ଷୀରେ ସାମଗ୍ରିକ ପ୍ରର୍ଦଶନର ତାଲିକାରୁ ଏକଥା ବୁଝାପଡୁଛି ଯେ ଏହାର ପ୍ରଭାବ ସେତେଟା ଫଳପ୍ରଦ ହେଉନାହିଁ।

ଉତ୍ତରପ୍ରଦେଶ ପାଇଁ ସାମାନ୍ୟ ଆଶ୍ବସ୍ତିର କଥା ହେଲା ଯେ ଏମାନେ ତୃତୀୟ ବର୍ଷର ରୢାଙ୍କିଂ ତୁଳନାରେ ଚତୁର୍ଥ ବର୍ଷର ରୢାଙ୍କି ବା ଇନକ୍ରିମେଣ୍ଟାଲ ରୢାଙ୍କିଂରେ ସ୍ବାସ୍ଥ୍ୟ ମାନଦଣ୍ଡ କ୍ଷେତ୍ରରେ ସର୍ବାଧିକ ଅଗ୍ରଗତି ହାସଲ କରିଛନ୍ତି । ସର୍ବାଧିକ ଅଗ୍ରଗତି ହାସଲ କରିଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶ ପଛକୁ ଆସାମ ଓ ତେଲେଙ୍ଗାନା ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login