ଭୁବନେଶ୍ୱର : ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ । ବାଚସ୍ପତି ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପ୍ରମିଳା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ବାଚସ୍ପତି ପଦ ପାଇଁ ଆଜି ବିଜେଡି ପକ୍ଷରୁ ନାମାଙ୍କନ ଭରିବେ ପ୍ରମିଳା । ତାଙ୍କ ଇସ୍ତଫା ପରେ ଖାଲି ପଡ଼ିଲା ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପଦ । କିଏ ହେବେ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ? ନା ଅତିରିକ୍ତ ଭାବରେ କାହାକୁ ଦାୟିତ୍ବ ଦିଆଯିବ ? ଏବେ ପ୍ରମିଳା ଗୁରୁତ୍ବପୂର୍ଣ୍ଣ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ଅଛନ୍ତି । ଅକ୍ଟୋବର ଓ ନଭେମ୍ବରରେ ବାତ୍ୟା, ବନ୍ୟା ଭଳି ବିପର୍ୟ୍ୟୟ ଆସିଥାଏ । ତେଣୁ ଗୁରୁତ୍ବପୂର୍ଣ୍ଣ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନାର କେହି ନୂଆ ମନ୍ତ୍ରୀ ହେବେ ନା କାହାକୁ ଅତିରିକ୍ତ ଦାୟିତ୍ବ ମିଳିବ ?
Views: 110











