The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ମନ୍ତ୍ରୀଙ୍କ ଗଡରେ ଭାଗ୍ୟ ଆଦରି ପଡିଛନ୍ତି ୩ ନିଷ୍ପାପ ଶିଶୁ ।

Facebook
Twitter
LinkedIn

ସତରେ କଣ ଦଇବ ହୋଇପାରେ ଏତେ ନିଷ୍ଠୁର । ସତରେ କଣ ଏଠାରେ ପ୍ରଶାସନ ମଜା ନେବାକୁ ବଜାଇ ପାରେ ତାଳି । ହଁ ଆଜ୍ଞା ଯାହର ବାସ୍ତବ ଚିତ୍ର ଦେଖିଲେ ଆପଣ ବି ହୋଇଯିବେ ଚକିତ । ଆମେ କହୁଛୁ ୍‌ାଜପୁର ଜିଲ୍ଲାରେ ଏକଦା ଗଡ ଅକ୍ତିଆର କରି ଆସୁଥିବା ପ୍ରଫୁଲ୍ଲ ଘଡେଇଙ୍କ ଅଞ୍ଚଳ ଅଥବା ଆଜିର ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଂଜନ ଘଡେଇଙ୍କ ନିର୍ବାଚନ ମଣ୍ଡଳୀ ସୁକିନ୍ଦା କଳିଙ୍ଗ ନଗର ଅଞ୍ଚଳର କଥା ।

ଦାନଗଦି ବ୍ଲକ୍ ଚାନ୍ଦିଆ ପଞ୍ଚାୟତ ଭିତରମାଣିଆ ଗାଁର ବରଜୁ ସାଏ ପରପାରିକୁ ଚାଲିଯିବା ପରେ ଏକ ୮ ବର୍ଷର ଝିଅ ତୁଳସୀ ଓ ଚାରି ବର୍ଷର ପୁଅ କାଇରା ଓ ସବାଶେଷ ୨ ବର୍ଷର ଝିଅ ସୁମୀକୁ ନେଇ ଦୁଃଖେ କଷ୍ଟେ ଚଳି ଆସୁଥିଲେ ବରଜୁଙ୍କ ବିଧବା ପତ୍ନୀ । ମାତ୍ର ଏହି ନିଷ୍ପାପ ଶିଶୁଙ୍କ ବାଗ୍ୟରେ ପୁଣି ଘୋଟିଥରଲା କଳାବାଦଲର ଛାୟା । ୧ବର୍ଷ ପୂର୍ବେ ମାଆ ମଧ୍ୟ ଏମାମନଙ୍କୁ ଛାଡି କାହା ସହ ଚାଲିଯିବା ପରେ ସଂପୁର୍ଣ୍ଣ ବେସାହାରା ହୋଇପଡିଲେ ଏହି ନିଷ୍ପାପ ଶିଶୁ ମାନେ । ଚାଳଛପର ଘର ମଧ୍ୟରେ ପେଟ ଚାଖଣ୍ଡର ଚିନ୍ତା ଭାରି ପଡିଲା ବଡ ଝିଅ ତୁଳସୀକୁ ।

ସାନ ଛୋଟ ଭାଇ ଭଉଣିକୁ ନେଇ କିପରି ଚଳିବ ତାହାକୁ ନେଇ ଚିନ୍ତାରେ ପଡିଥିବା ବେଳେ ସାହି ପଡିଶାଙ୍କ ସାହାଯ୍ୟ ସହଯୋଗରେ ଅଳ୍ପ ବହୁତ ପେଟ ଚାଖଣ୍ଡେ କେବେ କେବେ ଶାନ୍ତି ପାଉଛି ସତ କେବେ କେବେ ଉପବାସ । ପ୍ରଶାସନିକ ସ୍ତରର କଥା କହିଲେ ସ୍ଥାନୀୟ ସିଡିପିଓ ଦେବକୀ ପାତ୍ର ଯାହା କୁହାନ୍ତି ତାହା ମଧ୍ୟ ଅତି ହାସ୍ୟସ୍ପଦ । ମାଳ ମାଳ ବିଭାଗୀୟ ବାବୁ ଓ ବାବୁଆଣି ମାନେ ଥାଇ ସିଡିପିଓ ଶ୍ରୀମତୀ ପାତ୍ର କୁହାନ୍ତି ଯେ ସେ ଗଣମାଧ୍ୟମ ଠାରୁ ଖବର ପାଇଲେ ତଦନ୍ତ ପରେ ଗ୍ରହଣ କରିବେ ପଦକ୍ଷେପ ।

ତେବେ ଏଟାରେ ପ୍ରଶ୍ନ ଉଠେ କାହିଁକି ରହିଛି ସମନ୍ନିତ ଶିଶୁ ବିକାଶ ବିଭାଗ ? କାହିଁକି ଖର୍ଚ୍ଚ ହେଉଛି ଏନେଇ କୋଟି କୋଟି ଟଙ୍କା ? ଯାହାକୁ ନେଇ ଏବେ ନାନା ପ୍ରଶ୍ନ ଉବା କରିଥିବା ବେଳେ କେବେ ଦୃଷ୍ଟି ପଡୁଛି ପ୍ରଶାସନର ଓ କେବେ ସୁଧୁରୁଛି ଏହି ୩ ନିଷ୍ପାପ ଶିଶୁଙ୍କ ଭାଗ୍ୟ ତାହାକୁ ରହିଛି ଅପେକ୍ଷା ।
ରିପୋର୍ଟ ତୁଷାର ରଂଜନ ସାହୁ
ଜିଲ୍ଲା ପ୍ରତିନିଧି ଶପଥ ନ୍ୟୁଜ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login