ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ୯୨ବର୍ଷ ବୟସରେ ପରଲୋକ ହୋଇଛି । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ଗତକାଲି ଅର୍ଥାତ ଗୁରୁବାର ରାତି ୯.୫୧ରେ ତାଙ୍କର ମୃତ୍ୟୁ ହୋଇଥିବା ଏମସ୍ ଡାକ୍ତର କହିଛନ୍ତି । ତାଙ୍କ ମୃତ୍ୟୁରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ଅନ୍ତିମ ସମୟରେ ଶ୍ରୀ ସିଂହଙ୍କ ପାଖରେ ତାଙ୍କ ପତ୍ନୀ ଗୁରୁଶରଣ କୌର ଓ ୩ ଝିଅ ଉପସ୍ଥିତ ଥିଲେ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ରାଜନେତା ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପାଇଁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ । ଆଜି ପୂର୍ବାହ୍ନ ୧୧ଟାରେ କ୍ୟାବିନେଟ ବୈଠକ ପରେ ୭ ଦିନିଆ ଶୋକ ଘୋଷଣା ହୋଇପାରେ । ସେହିପରି ଆଜି ପାଇଁ ଥିବା ସମସ୍ତ ସରକାରୀ କାର୍ୟ୍ୟକ୍ରମକୁ ବାତିଲ କରାଯାଇଛି। କଂଗ୍ରେସ ଦଳ ୭ ଦିନ ପର୍ୟ୍ୟନ୍ତ ଶୋକ ପାଳନ କରିବ । ୭ ଦିନ ପର୍ୟ୍ୟନ୍ତ ସମସ୍ତ ଦଳୀୟ କାର୍ୟ୍ୟକ୍ରମକୁ ବାତିଲ କରିଛି କଂଗ୍ରେସ ।

ତେବେ ମନମୋହନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାଛଡା ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜେପି ନଡ୍ଡା ମଧ୍ୟ ପହଞ୍ଚିଛନ୍ତି । ବିଜେପିର ଅନେକ ବରିଷ୍ଠ ନେତା ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆସନ୍ତାକାଲି ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପାର୍ଥିବ ଶରୀରକୁ କଂଗ୍ରେସର ମୁଖ୍ୟାଳୟକୁ ନିଆଯିବ । ସେଠାରେ ଶ୍ରଦ୍ଧାଞ୍ଜଳି ଦିଆଯିବ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମହମୋହନ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ତାଙ୍କ ଅନ୍ତିମ ସଂସ୍କାର ରାଜଘାଟ ପାଖରେ ହେବ ।

ପିଭି ନରସିଂହ ରାଓଙ୍କ ସରକାରରେ ମନମୋହନ ସିଂହ ଦେଶର ଅର୍ଥମନ୍ତ୍ରୀ ଥିଲେ । ଆରବିଆର ଗଭର୍ଣ୍ଣର ଭାବେ କାମ କରି ସାରିଥିବା ମନମୋହନ ସିଂହ ୨୦୦୪ରୁ ୨୦୧୪ ଯାଏ ୧୦ ବର୍ଷ ଧରି ୟୁପିଏ ସରକାର ଅମଳରେ ଦେଶର ପ୍ରଧାନମନ୍ତ୍ରୀ ଭାବେ କାମ କରିଥିଲେ । ଉଦାରୀକରଣ ଅର୍ଥନୀତିର ବିନ୍ଧାଣୀ ମନମୋହନ ସିଂ ଦୁଇ ଥର ପ୍ରଧାନ ମନ୍ତ୍ରୀ ଥିଲେ । ଚଳିତ ବର୍ଷ ସେ ରାଜ୍ୟସଭାରୁ ଅବସର ନେଇଥିଲେ । ଆମେରିକା ସହ ଆଣବିକ ଚୁକ୍ତି କରି ସେ ଚର୍ଚ୍ଚାରେ ଥିଲେ । ମନରେଗା, ସୂଚନା ଅଧିକାରୀ ଓ ଖାଦ୍ୟ ସୁରକ୍ଷା ଆଇନର ପ୍ରଣେତା ଥିଲେ ମନମୋହନ ସିଂ । ନିରବନେତୃତ୍ବର ପରିଭାଷା ଥିଲେ ମନମୋହ । ୧୯୯୧ ଅର୍ଥନୀତି ସଂସ୍କାରର ସେ ଥିଲେ ସ୍ଥପତି । ଭାରତୀୟ ଅର୍ଥନୀତିରେ ସେ ଛାପ ଛାଡ଼ି ଯାଇଛନ୍ତି । ଡକ୍ଟର ମନମୋହନ ସିଂ କେବଳ ଦେଶର ପ୍ରଧାନମନ୍ତ୍ରୀ ନଥିଲେ । ସେ ବହୁ ସରକାରୀ ପଦପଦବୀରେ ରହି କାର୍ୟ୍ୟ କରିଛନ୍ତି । ଚିଫ୍ ଇକୋନୋମିକ୍ ଆଡଭାଇଜର ଥିଲେ ମନମୋହନ । ଆରବିଆଇ ଗଭର୍ଣ୍ଣର ଥିଲେ । ପ୍ଲାନିଂ କମିଶନ ମୁଖ୍ୟ ଥିଲେ ମନମୋହନ ସିଂ।