The Ultimate Managed Hosting Platform
ADVERTISEMENT

ମନେ ପଡ଼ନ୍ତି ଖୋକା ଭାଇ |

Facebook
Twitter
LinkedIn

ଭୁବନେଶ୍ୱର ୧୨/୧୦:ଯେତେଦିନ ପର୍ଯ୍ୟନ୍ତ ଓଡ଼ିଶାର ସଂଗୀତ ସାହିତ୍ୟ ସିନେମା ରହିଥିବ ସେପର୍ଯ୍ୟନ୍ତ ସେ ପ୍ରତିଟି ଓଡ଼ିଆର ହୃଦୟରେ ଚିରକୁମାର ହୋଇ ରହିଥିବେ। କାରଣ ସେ ଅକ୍ଷୟ। ନା କାଳ ନା ସମୟ କେହିବି ତାଙ୍କର କ୍ଷୟ କରିପାରିବେନି ।କେବେ ତୁମେ ନାହଁ କେବେ ମୁଁ ନାହିଁ । ସେ ନାହାନ୍ତି କାହିଁ କେତେଦୂର ଚାଲିଯାଇଛନ୍ତି ସତ କିନ୍ତୁ ସେ ଆକାଶରେ ଧୃବତାରା ହୋଇ ରହି ରାସ୍ତା ଦେଖାଉଛନ୍ତି।

ଅକ୍ଷୟ ମହାନ୍ତି ୧୯୩୬ ମସିହା ଅକ୍ଟୋବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସଂଗୀତରେ ରୁଚି ତାଙ୍କୁ ପ୍ରାଥମିକ ପରିଚୟ ଦେଇଥିଲା । ଆକାଶବାଣୀରେ ଗୀତ ଗାଇବା ଏବଂ ପରେ ପରେ ଓଡ଼ିଆ ସିନେମାରେ ସେ ପାଦ ଦେଇଥିଲେ। ଆଉ ହୋଇଗଲେ ସଂଗୀତ ଜଗତର ଯାଯାବର। ଗୀତ …. ଗୀତ ଗାଇବା, ଗୀତ ଲେଖିବା ଏବଂ ଏହାକୁ ସ୍ବରରେ ସଜାଇବା ସହିତ ଓଡିଆ ସଂଗୀତର ଏକ ନୂଆ ଧାରା ସୃଷ୍ଟି କରିଥିଲେ ଅକ୍ଷୟ ମହାନ୍ତି।

ପ୍ରଚ୍ଛଦପଟ୍ଟ ସଂଗୀତ ହେଉ, କି ଆଧୁନିକ ଗୀତ, କି ଲୋକଗୀତ ଏବଂ ଭଜନ ଅକ୍ଷୟ ମହାନ୍ତି ନିଜର ପରିଚୟ ଛାଡ଼ିଦେଇଯଇଛନ୍ତି। ଯିଏ ଯେତେ ଶୁଣୁଥିଲା ସେ ସେତେ ପାଖକୁ ପାଖକୁ ଚାଲିଯାଉଥିଲା … ସେହିପରି ଚଳଚ୍ଚିତ୍ରରେ ନିର୍ଦ୍ଦେଶନାରେ ମଧ୍ୟ ସେ ମନୋନିବେଶ କରିଛନ୍ତି। ଅକ୍ଷୟ ମହାନ୍ତି ଜଣେ ଅନୁଷ୍ଠାନ ଥିଲେ। କେବଳ ସଂଗୀତରେ ସେ ସୀମିତ ନଥିଲେ। ସେ ମଧ୍ୟ ସାହିତ୍ୟରେ ଅନେକ ଅଭୁଲା ସ୍ମୃତି ଛାଡ଼ିଯାଇଛନ୍ତି।

ତାଙ୍କର କ୍ଷୁଦ୍ରଗଳ୍ପ, ଆତ୍ମଲିପି ଏବେ ପାଠକକୁ ସମ୍ମୋହନ କରିଥାଏ। ୧୭ ନଭେମ୍ବର ୨୦୦୨ ମାତ୍ର ୬୬ ବର୍ଷ ବୟସରେ ଆରପାରିକୁ ଚାଲିଯାଇଥିଲେ ଅକ୍ଷୟ ମହାନ୍ତି। କିନ୍ତୁ ସେ କେବେବି କୋଟି କୋଟି ଓଡ଼ିଆଙ୍କ ହୃଦୟରୁ ଯାଇପାରିବେନି । ତାଙ୍କ ସ୍ମୃତି ଏମିତି ଝଙ୍କୃତ ହେଉଥିବା ଓଡ଼ିଆଙ୍କ ହୃଦୟରେ। ଯେତିକି ଆହ୍ଲାଦିତ ହେଉଛନ୍ତି ସେତିକି ଯନ୍ତ୍ରଣାରେ ତାଙ୍କୁ ମନେ ପକାଉଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login