ନୂଆଦିଲ୍ଲୀ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବିଜପେୟୀଙ୍କ ୫ମ ପୂଣ୍ୟତିଥି । ଏହି କିମ୍ବଦନ୍ତୀ ପୁରୁଷଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଦେଶ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବହୁ ବରିଷ୍ଠ ନେତା। ୨୦୧୮ ଅଗଷ୍ଟ ୧୬ ତାରିଖରେ ବାଜପେୟୀଙ୍କ ପରଲୋକ ହୋଇଥିଲା । ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ଭାରତର ଆଣବିକ ପରୀକ୍ଷଣ କରିଥିଲା । ପଡୋଶୀ ରାଷ୍ଟ୍ରମାନଙ୍କ ସହ ସୁସମ୍ପର୍କ ପାଇଁ ସର୍ବଦା ଚେଷ୍ଟିତ ଥିଲେ । କବିତା , ଅଭିଭାଷଣ , ହସ ହସ ଚେହେରା ପାଇଁ ବେଶ ଲୋକପ୍ରିୟ ଥିଲେ । ୧୦ ଥର ଲୋକସଭା ଓ ୨ ଥର ରାଜ୍ୟସଭା ସାଂସଦ ହୋଇଥିଲେ । ୨୦୧୫ରେ ବାଜପେୟୀଙ୍କୁ ଭାରତରତ୍ନ ସମ୍ମାନ ଦିଆଯାଇଥିଲା ।
Views: 93