ବ୍ୟୁରୋ : ମନେପଡନ୍ତି ଅଟଳ..ଆଜି ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ । ଅଟଳ ବିହାରୀ ବାଜପେୟୀ ଡିସେମ୍ବର ୨୫, ୧୯୨୪ରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଜନ୍ମ ଗ୍ରହଣ କରିଥିଲେ । ସେ ଥିଲେ ଦେଶର ସୁପୁତ୍ର । ଅଟଳ ବିହାରୀ ବାଜପେୟୀଙ୍କର ଆଜିର ଜନ୍ମ ବାର୍ଷିକିରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ମନେ ପକାଇଛନ୍ତି । ପ୍ରଥମ ଥର ପାଇଁ ୧୯୯୬ରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କର କିଛି ସ୍ମୃତିର ଫଟୋ ଆସନ୍ତୁ ଦେଖିବା …

୧୯୪୨ ମସିହା ଅସହଯୋଗ ଆନେ୍ଦାଳନରେ ତାଙ୍କର ପ୍ରମୁଖ ଭୁମିକା ରହିଥିଲା ।

ଲାଲ କୃଷ୍ଣ ଆଡଭାନୀଙ୍କ ସହ ଅଟଳ ବିହାରୀ ବାଜପେୟୀଙ୍କର ଫଟୋ । ୧୯୯୬ ମସିହାରେ ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ ।

୨୦୦୨ ମସିହାର ଫଟୋ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଟଳ ବିହାରୀ ବାଜପେୟୀ ।

୧୯୭୭ ମସିହାରେ ଜାତିସଂଘର ସାଧାରଣ ସଭାରେ ହିନ୍ଦୀରେ ନିଜର ବକ୍ତବ୍ୟ ଦେଉଥିବା ସମୟରେ ଅଟଳ ବିହାରୀ ବୈଜପେୟୀଙ୍କ ଫଟୋ । ସେହି ସମୟରେ ଅଟଳ ବିହାରୀ ବାଜପେୟୀ ଭାରତର ବୈଦେଶିକ ମନ୍ତ୍ରୀ ଥିଲେ ।

ପ୍ରଧାନମନ୍ତ୍ରୀ ଥିବା ସମୟରେ ପାକିସ୍ତାନର ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସହ ଏକ ମୁହୂର୍ତ୍ତି । ୨୦୦୧ ମସିହାରେ ଆଗ୍ରା ଠାରେ ହେଉଥିବା ଏକ ଦୁଇ ଦିନିଆ ସମ୍ମିଳନ୍ନୀରେ ଯୋଗ ଦେଇଥିଲେ ।

୨୦୦୦ ମସିହାରେ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ସାକ୍ଷାତ ସମୟର ଫଟୋ । ଅଟଳବିହାରୀ ବାଜପେୟୀ ଏକାଧାରରେ ଜଣେ ରାଜନେତା , କବି, ଲେଖକ । ୨୦୧୫ରେ ସେ ଭାରତ ରତ୍ନ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ ।











