ବଲିଉଡର ବାଦ୍ଶାହା ଶାହରୁଖ ଖାନ୍। ତାଙ୍କ ପତ୍ନୀ ଗୌରୀ କିନ୍ତୁ ଏବେ ଶାହରୁଖଙ୍କୁ ଛାଡି ଆଉ ଜଣଙ୍କ ସହ ରୋମାଣ୍ଟିକ୍ ହୋଇଛନ୍ତି। ହାତରେ ହାତ ମିଶାଇ ତାଙ୍କ ସହ କରିଛନ୍ତି ରୋମାଣ୍ଟିକ ଡ୍ୟାନ୍ସ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପେସାରେ ଜଣେ ଇଣ୍ଟେରିଅର ଡିଜାଇନର୍ ଥିବା ଗୌରୀ ଖାନ୍ ଏବେ ମୋନାକୋରେ ଅଛନ୍ତି। ସେ ସେଠାରେ ଏକ ବିବାହ ସମାରୋହରେ ଯୋଗ ଦେବା ପାଇଁ ଯାଇଛନ୍ତି। ଏହି ବିବାହ ସମାରୋହରୁ ଗୌରୀଙ୍କ ଅନେକ ଫଟୋ ଆଉ ଭିଡିଓ ସାମ୍ନାକୁ ଆସିଛି। ସେଥିମଧ୍ୟରୁ ଗୋଟିଏ ଭିଡିଓରେ ଗୌରୀ ଡ୍ରେସ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହ ରୋମାଣ୍ଟିକ୍ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।
ନିକଟରେ ମନୀଷ ତାଙ୍କ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ଗୌରୀଙ୍କ ସହ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ଶେଆର କରିଥିଲେ। ଭିଡିଓ ଶେଆର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଏଭଳି ମଜାଦାର ସମୟ, ଗୌରୀ ତୁମେ ମୋ ପାଇଁ ବେଶ୍ ଖାସ୍।’
ଉଲ୍ଲେଖଯୋଗ୍ୟ, ମନୀଷ ମଲହୋତ୍ରା ଓ ଗୌରୀ ଖାନ୍ ଉଭୟ ପରସ୍ପରର ଭଲ ବନ୍ଧୁ। ମୋନାକୋରେ ବ୍ୟବସାୟୀ ଆୟେଶା ଗ୍ରୋବର ଓ ନିକ୍ଙ୍କ ବିବାହ ସମାରୋହ ଚାଲିଛି। ଏହି ବିବାହରେ ସାମିଲ ହେବା ପାଇଁ ଗୌରୀଙ୍କ ସମେତ ଅନେକ ଫିଲ୍ମ ଷ୍ଟାର୍ ଯାଇଛନ୍ତି। କରଣ ଜୋହରଙ୍କ ଠାରୁ ଆରମ୍ଭ କରି ମନୀଷ ମଲହୋତ୍ରା, ଶ୍ୱେତା ବଚ୍ଚନ ନନ୍ଦା ମଧ୍ୟ ଏହି ବିବାହରେ ସାମିଲହୋଇଛନ୍ତି।












