The Ultimate Managed Hosting Platform
ADVERTISEMENT

ମନିକା ବିଶ୍ୱଶର୍ମା ହେଲେ ମିସ ୟୁନିଭର୍ସ ଇଣ୍ଡିଆ -୨୦୨୫

Facebook
Twitter
LinkedIn

ନୂଆଦିଲ୍ଲୀ : ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମନିକା ବିଶ୍ୱକର୍ମା ବିଜୟୀ ହୋଇ ସୌନ୍ଦର୍ୟ୍ୟ ପ୍ରତିଯୋଗିତାର ମୁକୁଟ ପିନ୍ଧିଥିଲେ । ପୂର୍ବରୁ ୨୦୨୪ ରେ ମନିକାଙ୍କୁ ମିସ୍ ୟୁନିଭର୍ସ ରାଜସ୍ଥାନ ପାଇଁ ଚୟନ କରାଯାଇଥିଲା । ବର୍ତ୍ତମାନ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ର ମୁକୁଟ ଜିତିବା ପରେ, ସେ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରୁଥିବାର ଦେଖାଯିବେ । ଯାହା ଏହି ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଯାଉଛି । ମନିକା ବିଶ୍ୱକର୍ମା ପେଶାରେ ଜଣେ ମଡେଲ ଏବଂ ସେ ରାଜସ୍ଥାନର ଗଙ୍ଗାନଗରର ବାସିନ୍ଦା । ହେଲେ, ଗତ କିଛି ବର୍ଷ ଧରି ସେ ଦିଲ୍ଲୀରେ ରହି ତାଙ୍କ ମଡେଲିଂ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି । ଏବେ ସେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଜିତିବା ପରେ ଚର୍ଚ୍ଚାକୁ ଆସିଛନ୍ତି । ଏହି ବିଜୟ ପରେ ମନିକା ମଞ୍ଚ ଉପରେ ନିଜର ଖୁସି ପ୍ରକାଶ କରିଥିଲେ ଏବଂ ତାଙ୍କ ପରାମର୍ଶଦାତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ଭୁବନେଶ୍ୱର : ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ...

Login