The Ultimate Managed Hosting Platform
ADVERTISEMENT

ମନମାହେନ ନା ନୂଆ ଚେହେରା ?

Facebook
Twitter
LinkedIn

ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରମୁଖ ନେତାଙ୍କ ଭିଡ । ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ ଥିବାରୁ ନେତାଙ୍କ ଭିଡ । ସଭାପତି ପାଇଁ କିଏ ଭରିବେ ନାମାଙ୍କନ ତାକୁ ନେଇ ବଡ ସସପେନ୍ସ । କିଏ ହେବେ ସଭାପତି କିଛି ସମୟ ଭିତରେ ସ୍ପଷ୍ଟ ହେବା ସମ୍ଭାବନା । ରାଜ୍ୟ ବିଜେପି ସଭାପତି ନିର୍ବାଚନରେ ପୁରୁଣା ସଭାପତି ମନମୋହନ ସାମଲ ରିପିଟ୍ ହେବେ ନା ଦଳ ନୂଆ ସଭାପତି ଦେଖିବ ତାହା ଏବେ ସବୁଠୁ ଆଲୋଚନାର ବିଷୟ । ଚର୍ଚ୍ଚା ହେଉଛି, ମନମୋହନ ସାମଲଙ୍କୁ ପୁଣିଥରେ ରିପିଟ୍ କରିପାରେ ଦଳ । ନଚେତ୍ କୌଣସି ଯୁବ ଚେହେରାକୁ ସାମ୍ନାକୁ ଆଣିପାରେ । ମନମୋହନ ସାମଲଙ୍କ ସହିତ ପ୍ରଦୀପ ପୁରୋହିତ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିପାରନ୍ତି ବୋଲି କୁହାଯାଉଛି । କାହିଁକି ନା ସଭାପତି ନିର୍ବାଚନ ଖବର ଭିତରେ ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି । ତେଣୁ ଆଜି ଅପରାହ୍ନରେ ଯେତେବେଳେ ଫାଇନାଲ୍ ଲିଷ୍ଟ ଆସିବ, ସେତେବେଳେ ହିଁ କିଏ ସଭାପତି ରେସରେ ଅଛନ୍ତି ତାହା ପକ୍କା ହୋଇଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ଭୁବନେଶ୍ୱର : ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ...

Login