କେନ୍ଦ୍ରାପଡା : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସିରସ୍ତା ଗାଁରେ ଅଭାବନୀୟ ଘଟଣା ଘଟିଛି । ମଦ ପିଇ ଦାଦା ପୁତୁରାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ବିଭୂତି ସାମଲ, ଗୋପବନ୍ଧୁ ସାମଲ । ତେବେ ଏ ନେଇ କୈାଣସି ସଟିକ ତଥ୍ୟ ମିଳିନାହିଁ । ଏଣେ ଏସପି କହିଛନ୍ତି ଛତୁ ସିଞ୍ଚନ ଔଷଧ ପିଇ ଦେବାରୁ ଜୀବନ ଯାଇଛି ।
Views: 37