ଯାଜପୁର (ତୁଷାର ରଞ୍ଜନ ସାହୁ ) : ଗତକାଲି ବିଳମ୍ବିତ ରାତିରେ ମାନଗୋବିନ୍ଦପୁର ଗ୍ରାମ ବେହେରା ସାହିରେ ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର । ମହିଳାଙ୍କ ପରିବାର ପକ୍ଷରୁ ଦାନଗଦି ଫାଣ୍ଡିରେ ଅଭିଯୋଗ।ସୂଚନା ମୁତାବକ ଦାନଗଦି ଫାଣ୍ଡି ଅନ୍ତର୍ଗତ ମାନଗୋବିନ୍ଦପୁର ବେହେରାସାହିରେ ସ୍ୱାମୀଠାରୁ ନିର୍ୟାତନା ପାଇବା ପରେ ଏକୁଟିଆ ଏକ ଭଡା ଘରେ ସ୍ତ୍ରୀ ପୁଷ୍ପାଲତା ମଲ୍ଲିକ ଦୀର୍ଘ ୩ବର୍ଷ ହେବ ରହି ଆସୁଥିଲେ । ସେ କଳିଙ୍ଗ ନଗର ଏକ ଘରୋଇ କାରଖାନାରେ କାର୍ୟ୍ୟ କରୁଥିଲେ। ପୁଷ୍ପାଲତାଙ୍କ ବାପା କୃପାସିନ୍ଧୁ ମଲ୍ଲିକଙ୍କ ଅଭିଯୋଗ ମୁତାବକ ଝିଅର ବାହାଘର ୧୩ବର୍ଷ ପୂର୍ବରୁ ହୋଇଥିଲା । ଅନେକଥର ଶାଶୁଘର ଲୋକ ତାଙ୍କ ଝିଅକୁ ମାନସିକ ନିର୍ୟ୍ୟାତନା ଦେଉଥିଲେ ଏବଂ ମାଡପିଟି କରୁଥିଲେ । ସ୍ତ୍ରୀ ପୁଷ୍ପଲତା ସହ୍ୟ ନକରି ପାରି ନିଜ ପିଲାମାନଙ୍କର ପ୍ରତିପୋଷଣ କରିବା ପାଇଁ ଏକ ଭଡାଘରେ ରହି କାରଖାନାରେ କାର୍ୟ୍ୟ କରୁଥିଲେ । ଗତକାଲି ବିଳମ୍ବିତ ରାତ୍ରରେ ସ୍ୱାମୀ ମଦ୍ୟପାନ କରି ଘରକୁ ଆସି ପ୍ରଥମେ ମାଡପିଟି କରିବା ପରେ ସାଙ୍ଗରେ ଆଣିଥିବା ଏକ ଧାରୁଆ କଟୁରୀରେ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲା । ସେହି ସମୟରେ ଭଡାଘରର ମାଲିକ ପାଟି ଶୁଣି ଘଟଣା ସ୍ଥଳରେ ପହଞ୍ଚି ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଯାହା ଫଳରେ ତାଙ୍କ କାନ୍ଧରେ ଗୁରୁତର ଆଘାତ ଲାଗିଥିଲା। ପରେ ପଡିସା ଘର ଲୋକ ରୁଣ୍ଡ ହେବାପରେ ଆକ୍ରମଣ କାରି ସ୍ୱାମୀ ଆଶିଷ ମଲ୍ଲିକ ସେଠାରୁ ଫେରାର ହୋଇଯାଇଥିଲେ। ପରେ ଘରର ମାଲିକ ଏବଂ ଗ୍ରାମ ବାସି ଙ୍କ ସହଯୋଗରେ ମହିଳାଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ ଭର୍ତ୍ତି କରାଇଥିଲେ। ସେଠାରେ ଗୁରୁତର ଆହତ ଦ୍ୱୟଙ୍କୁ ଚିକିତ୍ସା କରିବା ପରେ ସ୍ତ୍ରୀ ପୁଷ୍ପଲତା ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା । ପୋଲିସ ଏହାର ତଦନ୍ତ କରି ଫେରାର ସ୍ୱାମୀକୁ ଖୁବଶୀଘ୍ର ଗିରଫ କରିବ ବୋଲି ସୂଚନା ଦେଇଛି ।
ମଦ୍ୟପ ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











