ଯାଜପୁର (ତୁଷାର ରଞ୍ଜନ ସାହୁ ) : ଗତକାଲି ବିଳମ୍ବିତ ରାତିରେ ମାନଗୋବିନ୍ଦପୁର ଗ୍ରାମ ବେହେରା ସାହିରେ ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର । ମହିଳାଙ୍କ ପରିବାର ପକ୍ଷରୁ ଦାନଗଦି ଫାଣ୍ଡିରେ ଅଭିଯୋଗ।ସୂଚନା ମୁତାବକ ଦାନଗଦି ଫାଣ୍ଡି ଅନ୍ତର୍ଗତ ମାନଗୋବିନ୍ଦପୁର ବେହେରାସାହିରେ ସ୍ୱାମୀଠାରୁ ନିର୍ୟାତନା ପାଇବା ପରେ ଏକୁଟିଆ ଏକ ଭଡା ଘରେ ସ୍ତ୍ରୀ ପୁଷ୍ପାଲତା ମଲ୍ଲିକ ଦୀର୍ଘ ୩ବର୍ଷ ହେବ ରହି ଆସୁଥିଲେ । ସେ କଳିଙ୍ଗ ନଗର ଏକ ଘରୋଇ କାରଖାନାରେ କାର୍ୟ୍ୟ କରୁଥିଲେ। ପୁଷ୍ପାଲତାଙ୍କ ବାପା କୃପାସିନ୍ଧୁ ମଲ୍ଲିକଙ୍କ ଅଭିଯୋଗ ମୁତାବକ ଝିଅର ବାହାଘର ୧୩ବର୍ଷ ପୂର୍ବରୁ ହୋଇଥିଲା । ଅନେକଥର ଶାଶୁଘର ଲୋକ ତାଙ୍କ ଝିଅକୁ ମାନସିକ ନିର୍ୟ୍ୟାତନା ଦେଉଥିଲେ ଏବଂ ମାଡପିଟି କରୁଥିଲେ । ସ୍ତ୍ରୀ ପୁଷ୍ପଲତା ସହ୍ୟ ନକରି ପାରି ନିଜ ପିଲାମାନଙ୍କର ପ୍ରତିପୋଷଣ କରିବା ପାଇଁ ଏକ ଭଡାଘରେ ରହି କାରଖାନାରେ କାର୍ୟ୍ୟ କରୁଥିଲେ । ଗତକାଲି ବିଳମ୍ବିତ ରାତ୍ରରେ ସ୍ୱାମୀ ମଦ୍ୟପାନ କରି ଘରକୁ ଆସି ପ୍ରଥମେ ମାଡପିଟି କରିବା ପରେ ସାଙ୍ଗରେ ଆଣିଥିବା ଏକ ଧାରୁଆ କଟୁରୀରେ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲା । ସେହି ସମୟରେ ଭଡାଘରର ମାଲିକ ପାଟି ଶୁଣି ଘଟଣା ସ୍ଥଳରେ ପହଞ୍ଚି ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଯାହା ଫଳରେ ତାଙ୍କ କାନ୍ଧରେ ଗୁରୁତର ଆଘାତ ଲାଗିଥିଲା। ପରେ ପଡିସା ଘର ଲୋକ ରୁଣ୍ଡ ହେବାପରେ ଆକ୍ରମଣ କାରି ସ୍ୱାମୀ ଆଶିଷ ମଲ୍ଲିକ ସେଠାରୁ ଫେରାର ହୋଇଯାଇଥିଲେ। ପରେ ଘରର ମାଲିକ ଏବଂ ଗ୍ରାମ ବାସି ଙ୍କ ସହଯୋଗରେ ମହିଳାଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ ଭର୍ତ୍ତି କରାଇଥିଲେ। ସେଠାରେ ଗୁରୁତର ଆହତ ଦ୍ୱୟଙ୍କୁ ଚିକିତ୍ସା କରିବା ପରେ ସ୍ତ୍ରୀ ପୁଷ୍ପଲତା ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା । ପୋଲିସ ଏହାର ତଦନ୍ତ କରି ଫେରାର ସ୍ୱାମୀକୁ ଖୁବଶୀଘ୍ର ଗିରଫ କରିବ ବୋଲି ସୂଚନା ଦେଇଛି ।
ମଦ୍ୟପ ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର !

Facebook
Twitter
LinkedIn
Facebook
Twitter
LinkedIn
Recent News
ବର୍ଷାରେ ଭିଜିବ ଗଣେଶ ପୂଜା !
ଭୁବନେଶ୍ୱର : ଆଗାମୀ ୪୮ ଘଣ୍ଟା ମଧ୍ୟରେ ସକ୍ରିୟ ଘୁର୍ଣ୍ଣିବଳୟ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ତାହାର ପ୍ରଭାବରେ ଆଗାମୀ ୩୧ ତାରିଖ ପର୍ୟ୍ୟନ୍ତ ବର୍ଷା ରାଜ୍ୟରେ...
AICC ଏସସି ପରିଷଦରେ ଭକ୍ତ ଦାସ
ଭୁବନେଶ୍ୱର : AICC ଏସସି ବିଭାଗ ପରାମର୍ଶଦାତା ପରିଷଦରେ ଭକ୍ତ ଦାସ । ୪୧ ଜଣିଆ ପରାମର୍ଶଦାତା ପରିଷଦରେ ପିସିସି ସଭାପତି ଭକ୍ତ ଦାସ । ଏଆଇସିସି...
ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗ
ଜଳେଶ୍ୱର : ଯୁବତୀଙ୍କୁ ନିଶା ଦେଇ ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗ । ଭୋଗରାଇ ଥାନାରେ ଅଭିଯୋଗ କଲେ ନିଜେ ପୀଡିତା । ୫ ମାସ ଅଟକ...
ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ
ଭୁବନେଶ୍ୱର : ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ...