ଗଜପତି : ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଆଜି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ଠାରେ ବିଜେପିର ମଣ୍ଡଳ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ ଆଦିବାସୀ କଲ୍ୟାଣ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ର ଓ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ମୋଦି ସରକାରଙ୍କ ଉନ୍ନତିମୂଳକ ଓ ଦେଶ ପାଇଁ ହିତକର ପଦକ୍ଷେପକୁ ସଂକ୍ଷେପରେ ନିଜ ଅଭିଭାଷଣରେ କହିଛନ୍ତି ଶ୍ରୀ ପାତ୍ର । ଏହି କାର୍ୟ୍ୟକ୍ରମଟିକୁ ରାୟଗଡ ବ୍ଲକର ଜିରାଙ୍ଗ ମଣ୍ଡଳ ସଭାପତି ଗଙ୍ଗାଧର ଗୌଡ଼ ଓ ସମ୍ପାଦକ ପ୍ରତାପ ପାଇକ ସହିତ ସମାଜସେବୀ ବଳରାମ ଭୂୟାଁ ପରିଚାଳନା କରିଥିଲେ । ବୈଠକ ପରେ ଶ୍ରୀଯୁକ୍ତ ଜୁଏଲ ଓରାମ ଓ ମୋଦି ସମର୍ଥକ ମାନଙ୍କ ସହ ଜିରାଙ୍ଗର ଶ୍ରୀ ବଳଦେବଜୀଉ ମନ୍ଦିର ପରିଦର୍ଶନ କରିଥିଲେ ।
Views: 93











