ଭୁବନେଶ୍ୱର : ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଆଜି ମଣ୍ଡପରେ ମହାନବମୀ ଓ ଶକ୍ତିପୀଠରେ ଦଶମୀ ପୂଜା । ଦୁର୍ଗାପୂଜା ପାଇଁ ସବୁଠି ଆଧ୍ୟାତ୍ମିକ ପରିବେଶ । ପୀଠରେ ଚାଲିଛି ଦଶମୀ ପୂଜା । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହେଉଛି ପରିବେଶ । ସ୍ବତନ୍ତ୍ର ରୀତିନୀତି ଅନୁସାରେ ଜଗଜ୍ଜନନୀ ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି । ମାଆଙ୍କୁ ଦର୍ଶନ ପାଇଁ ଲାଗିରହିଛି ଶ୍ରଦ୍ଧାଳୁଙ୍କ ଗହଳି ଚହଳି । ଝଟକୁଛି ରୌପ୍ୟ ନଗରୀ କଟକ ସହର । ରୀତିନୀତି ସହ ସମସ୍ତ ପୂଜା ଜାରି ରହିଛି । ସେପଟେ ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ୍ ଆଲୋକ ମାଳାରେ ଝଲସୁଛି ପୂରା ଭୁବନେଶ୍ବର । ଦେବୀଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।
Views: 46