ଇମ୍ଫାଲ : ଥମୁନି ମଣିପୁର ହିଂସା । ମଣିପୁରରେ ହିଂସା ଯୋଗୁଁ ଅଧିକ ସଂଖ୍ୟାରେ ନିଜ ନିଜ ଘରକୁ ଫେରୁଛନ୍ତି ଲୋକ । ଏଥିପାଇଁ ଇଣ୍ଡିଗୋ ଏବଂ ଏୟାରଏସିଆ ସମେତ କେତେଗୁଡ଼ିଏ ଏୟାରଲାଇନ୍ ସେମାନଙ୍କର ବିମାନଯାତ୍ରା ଶୁଳ୍କ ବଢାଇ ଦେଇଛନ୍ତି । ହଠାତ୍ ଯାତ୍ରୀମାନଙ୍କର ଚାହିଦା ବୃଦ୍ଧି ପାଇଥିବାରୁ ଟିକେଟର ଦାମ୍ ବଢିଥିବା କଥା ଏୟାରଲାଇନ୍ କହିଛନ୍ତି ।
ଇମ୍ଫାଲ୍ ଓ କୋଲକତା ମଧ୍ୟରେ ଯିବାଆସିବା କରିବା ପାଇଁ ବିମାନର ଭଡ଼ା ୨,୫୦୦ରୁ ୫୦୦୦ ଟଙ୍କା ପଡିଥାଏ । ଇମ୍ଫାଲ୍ରୁ ଗୌହାଟି ଯିବା ପାଇଁ ବି ଭଡ଼ା ସେତିକି ପଡ଼ିଥାଏ। ହିଂସା ବଢୁଥିବା ଯୋଗୁଁ କୋଲକତା ଲୋକେ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି । ତେଣୁ ଅଧିକ ଦାମରେ ବିମାନ ଟିକେଟ କରି ଫେରିବାକୁ ବାଧ୍ୟ ହେଉଛନ୍ତି । ସହର ଛାଡୁଥିବା ଲୋକଙ୍କ ସଂଖ୍ୟା ଏତେ ରହିଛି ଯେ, ବିମାନବନ୍ଦର ବସ୍ ଷ୍ଟାଣ୍ଡ କିମ୍ବା ରେଲେଓ୍ଵ ଷ୍ଟେସନ ଭଳି ନଜର ଆସିଛି । ଅନେକ ଲୋକ ନିଜ ବିମାନକୁ ଅପେକ୍ଷା କରି ତଳେ ବସିଥିବା, ଶୋଇଥିବା ନଜର ଆସିଛନ୍ତି ।ଇମ୍ଫାଲ ଏବଂ କୋଲକତାକୁ ଆସୁଥିବା ସବୁ ବିମାନ ଫୁଲ ରହିଛି । ତେବେ ଆଗାମୀ କିଛି ଦିନ ପାଇଁ ବିମାନ ଯାତ୍ରା କମ୍ ହେବାର ସମ୍ଭାବନା ନାହିଁ ବୋଲି କିଛି ଟ୍ରାଭେଲ ଏଜେଣ୍ଟ କହିଛନ୍ତି । ଏପର୍ୟ୍ୟନ୍ତ କିଛି ସହରରେ ଇଣ୍ଟରନେଟ ବନ୍ଦ ରହିଛି । ଦୋକାନ ମଧ୍ୟ ବନ୍ଦ ରହିଛି । ରବିବାର କିଛି ସମୟ ପାଇଁ ବଜାର ଏବଂ ଦୋକାନ ଖୋଲିଥିଲା । ସଂରକ୍ଷଣ ଦାବିକୁ ନେଇ ମଣିପୁରରେ ହିଂସା ଉଗ୍ର ରୂପ ନେଇଥିବା ବେଳେ ଲୋକମାନେ ସ୍ଥାନ ଛାଡିବାକୁ ବାଧ୍ୟ ହେଉଛନ୍ତି ।
ମଣିପୁର ହିଂସା : ବିମାନବନ୍ଦର, ବସ୍ ଷ୍ଟାଣ୍ଡରେ ଲାଗିଛି ଭିଡ

Facebook
Twitter
LinkedIn
Facebook
Twitter
LinkedIn
Recent News
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି
ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ...
ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା
ଭୁବନେଶ୍ୱର : ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା । ମାରପିଟ୍ କଲେ, ଯାହା ପାରିଲେ ଭାଙ୍ଗିଲେ । ଫୁଲ କୁଣ୍ଡଠାରୁ ଆରମ୍ଭ କରି କଂପ୍ୟୁଟର, କବାଟ ଆଦି...
ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ
ଝାଡଖଣ୍ଡ : ଝାଡ଼ଖଣ୍ଡ ସରକାରଙ୍କ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଗୁରୁତର ଆହତ । ଗତକାଲି ରାତିରେ ବାସଭବନରେ ମନ୍ତ୍ରୀ ବାଥରୁମରେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ...
ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ
ଟିଟିଲାଗଡ : ମଧ୍ୟାହ୍ନ ଭୋଜନରେ ଝିଟିପିଟି । ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗାଁର ସରକାରୀ...