The Ultimate Managed Hosting Platform
ADVERTISEMENT

ମଣିପୁର ଉତ୍ତେଜନା ; ୭ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ, ସ୍କୁଲ କଲେଜ ବନ୍ଦ

Facebook
Twitter
LinkedIn

ଇମ୍ଫାଲ : ମଣିପୁରରେ ଏବେବି ଉତ୍ତେଜନା ପରିସ୍ଥିତି ଜାରି ରହିଛି । ଇଣ୍ପାଲ ଉପତ୍ୟାକାରେ ଆଜି ବି ବନ୍ଦ ରହିବ ସ୍କୁଲ କଲେଜ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ଏହି ନିଷ୍ପତି ନେଇଛନ୍ତି ସରକାର । ଉତ୍ତେଜନାକୁ ଦୃଷ୍ଟିରେ ରଖି ଆଜି ବି ରାଜ୍ୟର ୭ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ । ମଣିପୁର ପୋଲିସ ପକ୍ଷରୁ ପାର୍ବତ୍ୟାଞ୍ଚଳ ଓ ଉପତ୍ୟାକାରେ ଚାଲିଛି ସର୍ଚ୍ଚ ଅପରେସନ । ବିଭିନ୍ନ ସ୍ଥାନରେ କୁକୀଙ୍କ ଉପରେ ଆକ୍ରମଣକୁ ବିରୋଧ କରିଛି କୁକୀ ଅର୍ଗାନାଇଜେସନ ଫର ହ୍ୟୁମାନ ରାଇଟସ୍ ଟ୍ରଷ୍ଟ । ସେପଟେ ଜିରିବାମରେ ମୈତେଇଙ୍କ ଉପରେ ହେଉଥିବା ଆକ୍ରମଣକୁ ବିରୋଧ କରିଛି ମୈତେଇ ତାରାଗି ଚେଇସୁ । ଶାନ୍ତି ପ୍ରତିଷ୍ଠା କରବିାରେ ଆଫାପ୍ସା ବିଫଳ ବୋଲି ଅଭିଯୋଗ କରିଛି ସଂଘ । ତେବେ ଆଗକୁ ମଣିପୁର ସ୍ଥିତିକୁ ସମାଧାନ କରିବା ପୋଲିସ ପକ୍ଷରେ ଚ୍ୟାଲେଞ୍ଜ ହୋଇ ପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login