ନୂଆଦିଲ୍ଲୀ : ମଣିପୁରରେ ହିଂସା ଥମିବାର ନାଁ ଧରୁନାହିଁ। କାଙ୍ଗପୋପକି ଜିଲ୍ଲାରେ ମଙ୍ଗଳବାର ସକାଳେ ନିଷିଦ୍ଧ ଉଗ୍ରବାଦୀ ଗୋଷ୍ଠୀ କୁକି ଜନଜାତିର ୩ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସୂଚନା ମୁତାବକ, ଆକ୍ରମଣକାରୀମାନେ ଏକ ଗାଡ଼ିରେ ଆସିଥିଲେ। ସେମାନେ ଇମ୍ଫାଲ ପଶ୍ଚିମ ଏବଂ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ଇରେଙ୍ଗ ଓ କରମ୍ ଅଞ୍ଚଳ ମଧ୍ୟରେ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଏହି ଗ୍ରାମ ପାହାଡ଼ ଉପରେ ଅବସ୍ଥିତ ଏବଂ ଏଠାରେ ଆଦିବାସୀମାନେ ବସବାସ କରୁଛନ୍ତି। ତେବେ ଏ ସମ୍ପର୍କରେ ଅଧିକ ସୂଚନା ନ ଥିବା ଅଧିକାରୀମାନେ କହିଛନ୍ତି। ଏହି ଘଟଣା ସକାଳ ୮ଟା ୨୦ ମିନିଟ୍ରେ ଘଟିଥିଲା। କହି ରଖୁଛୁ, ସେପ୍ଟେମ୍ବର ୮ରେ ତେଙ୍ଗନୁପାଲ ଜିଲ୍ଲାର ପଲେଲରେ ଘଟିଥିବା ହିଂସା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଏହି ହିଂସାକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସୂଚନାଥାଉ କି, ଗତ ମେ’ ୩ରୁ ମଣିପୁରରେ ମେତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଲଗାତାର ସଂଘର୍ଷ ଚାଲିଛି। ଏହି ହିଂସାକାଣ୍ଡରେ ଏ ପର୍ୟ୍ୟନ୍ତ ୧୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏବେ ବି ମଣିପୁରରେ ହିଂସା ଜାରି ରହିଛି।
ମଣିପୁର ହିଂସା: କୁକି ସମ୍ପ୍ରଦାୟର ୩ ଜଣଙ୍କୁ ଗୁଳି କରି ହତ୍ୟା

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...