ମଣିପୁରରେ ପୁଣି ହିଂସା ଯୋଗୁଁ ୯ ମୃତ ଓ ୧୦ ଗୁରୁତର । ପୂର୍ବ ଇମ୍ଫାଲର ଖମେନଲୋକ ଅଞ୍ଚଳରେ ପୁଣ ି ହିଂସାକାଣ୍ଡ । ଖବର ମୁତାବକ, ମଙ୍ଗଳବାର ଦିନ ଗୋଳାବର୍ଷଣ ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହାସହିତ ଖମେନଲୋକର ଗାଁରେ ମଧ୍ୟ ଅନେକ ଘରେ ନିଆଁ ଲାଗିଛି ।ମଣିପୁରରେ ହିଂସା ଥମିବା ନାଁ ଧରୁ ନ ଥିବାରୁ ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ହେଲା ସେଠାରେ କର୍ଫ୍ୟୁ ବଳବତ୍ତର ଥିବା ବେଳେ ସେନା ଓ ଅର୍ଦ୍ଧ ସାମରିକ ବାହିନୀଙ୍କୁ ମୁତୟନ କରାଯାଇଛି। ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ମଣିପୁର ଗସ୍ତ କରି ଶାନ୍ତ ସ୍ଥାପନ ନିମନ୍ତେ ବିଭିନ୍ନ ପଦକ୍ଷେପ ଉଠାଇଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସୁନି।
Views: 81











