ନୂଆଦିଲ୍ଲୀ : ସଂସଦର ମୈାସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅପିଲ । ସଂସଦର ସବୁ ସାଂସଦ ମହତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତୁ । ରାଷ୍ଟ୍ରର ହିତ ପାଇଁ ସେମାନଙ୍କର ମୂଲ୍ୟ ଦାନ କରନ୍ତୁ । ବହୁତଗୁଡିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ସବୁ ଆଲୋଚନାରେ ଭାଗ ନେଇ ପକ୍ଷ ରଖନ୍ତୁ । ମଣିପୁର ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାହା ଘଟିଛି , ତାହାକୁ କୈାଣସି ସଭ୍ୟ ସମାଜ ଗ୍ରହଣ କରିବେନି ।ମହିଳା ମାନଙ୍କ କ୍ଷେତ୍ରରେ ଯାହା ଘଟିଛି ,କାହାକୁ ଛଡାଯିବନି । ସମଗ୍ର ଘଟଣାରେ ୧୪୦ କୋଟି ଭାରତୀୟଙ୍କ ଇଜ୍ଜତ ଯାଇଛି ।
ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ମଜବୁତ କରନ୍ତୁ । ଖାସକରି ମହିଳା ମାନଙ୍କ ସୁରକ୍ଷା ପାଇଁ କଠିନରୁ କଠିନ ପଦକ୍ଷେପ ନିଅନ୍ତୁ । ରାଜନୀତିରୁ ଉପରକୁ ଉଠି ମହିଳାଙ୍କ ସମ୍ମାନ ପ୍ରତି ଗୁରୁତ୍ୱ ଦିଅନ୍ତୁ । କୌଣସି ଦୋଷୀଙ୍କୁ ଛଡାଯିବନି । ଆଇନ ଅନୁଯାୟୀ କଠୋରରୁ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହାପୂର୍ବରୁ ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଭିଡିଓ ଭାଇରାଲ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ କରାଯାଇଛି । ଘଟଣାର ଦୁଇ ମାସ ପରେ ଅଭିଯୁକ୍ତ ଖୁୟରୁମ୍ ହେରାଦାସଙ୍କୁ ଗିରଫ କରିଛି ପୋଲିସ । ଭିଡିଓ ଭାଇରାଲ ପରେ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆରେ ଭିଡିଓ ସେୟାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ନିୟମ ପାଳନ କରିବାକୁ କୁହାଯାଇଛି ।
ମଣିପୁରକୁ ନେଇ ମୋଦିଙ୍କ ଉଦବେଗ, “କୈାଣସି ଦୋଷୀଙ୍କୁ ଛଡାଯିବନି”
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







