ନୂଆଦିଲ୍ଲୀ : ବିମାନରେ ଲାଗିଲା ନିଆଁ । ମଝି ଆକାଶରେ ଜଳିଲା । ବିମାନ ଆମେରିକାର ଓହିଓ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ପକ୍ଷୀ ସହିତ ଧକ୍କା ଖାଇ ଇଞ୍ଜିନରେ ନିଆଁ ଲାଗିଯାଇଥିବା ଜଣାପଡିଥିଲା । ପରେ ବିମାନଟି ନିରାପଦରେ ଅବତରଣ କରିଥିବା ସୂଚନା ମିଳିଛି । ପକ୍ଷୀ ମାଡ ହେବା ପରେ ଏକ ଇଞ୍ଜିନରୁ ନିଆଁ ବାହାରିବା ସହିତ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଫଳରେ ବିମାନରେ ଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଖବର ମୁତାବକ, ସକାଳ ୭.୪୩ରେ ଉଡ଼ାଣ ଆରମ୍ଭ କରିଥିବା ବିମାନ ସହିତ ସକାଳ ପାଖାପାଖି ୮ ବେଳେ ଗୋଟାଏ ପକ୍ଷୀ ଧକ୍କା ହୋଇଥିଲା । ଏହି ବିମାନରେ ୧୭୩ ଜଣ ଯାତ୍ରୀ ଯାଉଥିବା ବୋଇଂ ୭୩୭-୮୦୦ ବିମାନରେ ୩୦,୦୦୦ ପାଉଣ୍ଡ୍ ଇନ୍ଧନ ଥିଲା। ତେବେ ବିମାନକୁ ଜରୁରୀ ଅବତରଣ କରିବା ପାଇଁ ଏଟିସି ସହିତ ଯୋଗାଯୋଗ କରାଯାଇଥିଲା ।
Views: 90











