ନୂଆଦିଲ୍ଲୀ : ବାଂଲାଦେଶର ଏକ ବ୍ୟବସାୟିକ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୪୪ ଜଣଙ୍କର ମୃତ୍ୟୁ ହୋଇଛି । ୨୦ ଜଣ ଗୁରୁତର । ଢାକାର ବେଲି ରୋଡ ସ୍ଥିତ ସାତମହଲା କୋଠାରେ ଅଗ୍ନିକାଣ୍ଡ । ପ୍ରଥମ ମହଲାରେ ଥିବା ଏକ ରେଷ୍ଟୁରାଣ୍ଟରୁ ନିଆଁ ବ୍ୟାପିଥିବା ସୂଚନା । ସୂଚନା ଅନୁଯାୟୀ, ବେଲି ରୋଡରେ ଥିବା ଏହି ବ୍ୟବସାୟିକ ପ୍ରତିଷ୍ଠାନରେ ନିଆଁ ଲାଗିଯାଇଥିଲା। ଏହି କୋଠାରେ ଏକାଧିକ ରେଷ୍ଟୁରାଣ୍ଟ ଥିବା ଜଣାପଡିଛି। ଅଗ୍ନିକାଣ୍ଡର ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମବାହିନୀର ଏକାଧିକ ଟିମ୍। ସେଠାରେ ଫସିଥିବା ୭୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ୪୨ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ସୂଚନା ପାଇ ପହଞ୍ଚିଥିଲେ ବାଂଲାଦେଶ ସ୍ଵାସ୍ଥ୍ୟମନ୍ତ୍ରୀ। ଢାକା ମେଡିକାଲ କଲେଜ ହସ୍ପିଟାଲରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶେଖ ହସିନା ଇନଷ୍ଟିଚ୍ୟୁଟରେ ଅନ୍ୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସେଣ୍ଟ୍ରାଲ ପୋଲିସ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା। ୪୪ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ବାଂଲାଦେଶ ପୋଲିସ ଆଇଜି।
ଭୟାବହ ଅଗ୍ନିକାଣ୍ଡ: ୪୪ ମୃତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...