The Ultimate Managed Hosting Platform
ADVERTISEMENT

ଭୟାବହ ଅଗ୍ନିକାଣ୍ଡରେ ପାଉଁଶ ହୋଇଗଲା ୩ ବଖରା ଘର

Facebook
Twitter
LinkedIn

ମହାକାଳପଡା: ଭୟଙ୍କର ଅଗ୍ନିକାଣ୍ଡରେ ଜଳିପୋଡି ପାଉଁଶ ହୋଇଗଲା ୩ ବଖରା ଘର । ଗୋଟିଏ ବି ଆସବାବ ପତ୍ର ନାହିଁ । ହଠାତ ଘରେ ନିଆଁ ଲାଗି ସବୁକିଛି ଜଳିପୋଡି ପାଉଁଶ ହୋଇଗଲା । ଚାହୁଁ ଚାହୁଁ ନିଆଁ ଘର ସାରା ବ୍ୟାପିଗଲା । ଲକ୍ଷ ଲକ୍ଷ ଟଙ୍କାର ଧନକସମ୍ପତି ପୋଡି ପାଉଁଶ ହୋଇ ଯାଇଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବତୀଘର ଗ୍ରାମ ପଞ୍ଚାୟତ ଉତ୍ତର ବରକୋଳିଖଳା ଗାଁର ବିଶ୍ୱେଶ୍ୱର ଧାଉଡିଆଙ୍କ ଘରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାକୁ ଗ୍ରାମବାସୀ ମାନେ ଅନେକ ଚେଷ୍ଟା କରିଥିଲେ । ଏହା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଖବର ପାଇ ଦମକଳ ବାହିନୀ ନିଆଁ ଲିଭାଇଥିଲେ । ତେବେ ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login